ଦୁଇବର୍ଷ ହେଲା ଅଚଳ ହୋଇପଡ଼ିଛି ଜିଲ୍ଲା ସଂସ୍କୃତି ବିଭାଗ : ମିଳୁନି ସାଂସ୍କୃତିକ ଅନୁଷ୍ଠାନକୁ ଅନୁଦାନ
ଯାଜପୁର: ଦୁଇ ବର୍ଷ ହେଲା ଅଚଳ ହୋଇପଡ଼ିଛି ଜିଲ୍ଲା ସଂସ୍କୃତି ବିଭାଗ । ଜିଲ୍ଲାର ବିଭିନ୍ନ ସାସ୍କୃତିକ ଅନୁଷ୍ଠାନକୁ କାର୍ଯ୍ୟକ୍ରମ ପାଇଁ ମିଳୁଥିବା ଅନୁଦାନ ମିଳୁନି । ଜିଲ୍ଲା ସଂସ୍କୃତି ବିଭାଗକୁ ପୁର୍ନରଗଠନ କରିବା ସହ ସାସ୍କୃତିକ ଅନୁଷ୍ଠାନକୁ ଅନୁଦାନ ଯୋଗାଇ ଦେବାକୁ ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଶ୍ରୀ ପଣ୍ଡା ଅଭିଯୋଗ କରି କହିଛନ୍ତି କି, ଜିଲ୍ଲାର ସାହିତ୍ୟ, ସଂସ୍କୃତି, କଳା କ୍ଷେତ୍ରରେ ଦୀର୍ଘ ୨୫ବର୍ଷ ମଧ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ କୌଣସି ଭୂମିକା ନିର୍ବାହ କରିପାରିନି । ବହୁ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲାରେ ମୁଣ୍ଡ ଟେକି କିଛି ବର୍ଷ କାର୍ଯ୍ୟ କଲା ପରେ ପୁଣି ମୃତୁ୍ୟବରଣ କରୁଛି । ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବହୁ ଅବଲୁପ୍ତ ପ୍ରତିଭା ଓ ଐତିହାସିକ ତଥ୍ୟ, ଐତିହ୍ୟ ସମ୍ବଳିତ ସ୍ଥାନ ଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉନି କି ଅନୁକମ୍ପା ଦେଖାଯାଉନି । କେତେକ ଅନୁଷ୍ଠାନ ପକ୍ଷରୁ ବିଞ୍ଝାରପୁର ଓ ଯାଜପୁରର ବିଭିନ୍ନ ସ୍ଥାନରେ ପ୍ରତିମୂର୍ତି ସ୍ଥାପନ ହୋଇଥିଲେ ହେଁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ କୈ÷ାଣସି ଗ୍ରାମାଞ୍ଚଳରେ ବରପୁତ୍ର ମାନଙ୍କ ପ୍ରତିମୂର୍ତି ସମ୍ବବ ହୋଇ ପାରିଲାନାହିଁ ।
ବିଭିନ୍ନ ବ୍ଲକ ଅଞ୍ଚଳରେ ପୁସ୍ତକ ମେଳା ଅନୁଷ୍ଠିତ ହେଉଥିବା ବେଳେ ଏଦିଗରେ ସଂସ୍କୃତି ବିଭାଗ ସହଯୋଗ କରିବା ଦେଖାଯାଉନାହିଁ । ଓଡିÿଶାର ବୁଦ୍ଧିଜୀବୀ ପୁସ୍ତକ ମେଳା ଆୟୋଜନ ସରକାରଙ୍କ ଦାୟିତ୍ୱ ହେବା ମତାମତ ଦେଇ ଆସୁଥିଲେ ହେଁ ପ୍ରଶାସନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ । କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ନାମରେ ରାଜ୍ୟ ରାଜଧାନୀରେ କୈ÷ାଣସି ମାର୍ଗକୁ ନାମିତ କରିବା ପାଇଁ ଦାବି ହୋଇ ଆସୁଥିଲେ ହେଁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଲେ ନାହିଁ । ସେଥିପାଇଁ ବୁଦ୍ଧିଜୀବୀ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାର ସବୁ ସ୍ମୃତିକୁ ଧରି ରଖିବା ପାଇଁ୨/୩ଟି ସଂଗ୍ରାହଳାୟ ନିର୍ମାଣ ପାଇଁ ବୁଦ୍ଧିଜୀବୀଙ୍କ ଦାବିକୁ ଏହି ବିଭାଗ ଗ୍ରହଣ କରିନାହିଁ । ଲୋକକଳା କ୍ଷେତ୍ରରେ କୌଣସି ଗୋଟିଏ ପଦକ୍ଷେପ ଏର୍ଯ୍ୟନ୍ତ ନିଆଯାଇ ପାରିନାହିଁ ।
ସେହିପରି ବରୀ-ବିଞ୍ଝାରପୁର ମଧ୍ୟରେ ଅବସ୍ଥିତ ସୁ-ପ୍ରସିଦ୍ଧ ଶ୍ୟାମେଶ୍ୱର ପୀଠର ଉନ୍ନତି ପାଇଁ ସେଠାକାର ଆଞ୍ଚଳିକ ଉନ୍ନୟନ କମିଟି ଓ ଅଖିଳଚକ୍ର ପକ୍ଷରୁ ଦାବି ହୋଇ ଆସୁଥିଲେ ହେଁ ଉଭୟ ଲୋକପ୍ରତିନିଧି ବା ପ୍ରଶାସନ ଏଯାବତ ଦୃୃଷ୍ଟି ଦେଲେ ନାହିଁ । ପ୍ରତିବର୍ଷ ସେଠାରେ ସ୍ଥାପିତ ହୋଇଥିବା ଭାରତମାତା ପ୍ରତିମୂର୍ତ୍ତି ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ ହୋଇ ଆସୁଥିଲେ ହେଁ ପ୍ରତିମୂର୍ତ୍ତି ଉପରେ ଗୋଟିଏ ଛାତ ନିର୍ମାଣ ଉଭୟ ନିର୍ବାଚନ ମଣ୍ଡଳୀର ପ୍ରତିନିଧିଙ୍କ ପକ୍ଷରୁ ସମ୍ଭବ ହୋଇ ନପାରିବା ଦୁଃଖର ବିଷୟ ବୋଲି ସ୍ଥାନୀୟ ପୂର୍ବତନ ସରପଞ୍ଚ ଅଟଳବିହାରୀ ନାୟକ ପ୍ରକାଶ କରିଛନ୍ତି । ଯାଜପୁର ଜିଲାରେ ଜନ୍ମ ଗ୍ରହଣ କରିଥିବା ଭକ୍ତ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହୋଇ ସାରିଥିଲେ ହେଁ ତାହା ତାଙ୍କ ଜନ୍ମ ସ୍ଥାନରେ ଏଯାବତ ସ୍ଥାପନ କରାଯାଇ ପାରିଲା ନାହିଁ । ଏଦିଗରେ ଜିଲ୍ଲା ସଂସ୍କୃତି ବିଭାଗର ସଭାପତି ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ବିଭାଗର ପୁନର୍ଗଠନ କରିବାକୁ ଶ୍ରୀ ପଣ୍ଡା ଦାବୀ ଜଣାଇଛନ୍ତି । ବିଭିନ୍ନ ବ୍ଲକରେ ଏବେ ଲୋକମହୋସôବ ଅନୁଷ୍ଠିତ ହେଉଥିବା ବେଳେ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ସଂସ୍କୃତି ବିଭାଗ ପକ୍ଷରୁ କୈ÷ାଣସି ଉସôବ ବା ସାଂସ୍କୃତି କାର୍ଯ୍ୟକ୍ରମ ପାଇଁ ସହ ଯୋଗ କରାଯାଉନି । ଯାହା କ୍ଷୋଭର ବିଷୟ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।