ମାଟି ଅତଡା ଖସି ୪ ମୃତ
ାା ଏଜେନ୍ସି ।ା ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଜି ବେଶ ଧୁମଧାମରେ ପାଳିତ ହେଉଛି ଦେବୋଥାନ ପର୍ବ । ମାତ୍ର ଏହା ପୂର୍ବରୁ କାସଗଞ୍ଜ ଜିଲ୍ଲାରେ ଘଟିଛି ଅଘଟଣ । ମାଟି ଅତଡା ଖସି ୪ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି । ଘର ଓ ଚୁଲି ଲିପିବା ନିମନ୍ତେ କାତୌର, ରାମପୁର ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ ମାଟି ଆଣିବାକୁ ମୋହନପୁରା ଗାଁକୁ ଯାଇଥିଲେ । ମାତ୍ର ମାଟି ଖୋଳୁ ଖୋଳୁ ହଠାତ୍ ମାଟି ଅତଡା ମହିଳାମାନଙ୍କ ଉପରେ ପଡି ଯାଇଥିଲା । ଫଳରେ ସେମାନେ ତା’ ତଳେ ଚାପି ହୋଇ ରହିଥିବା ବେଳେ ଉଦ୍ଧାର ପାଇଁ ଚିକôାର କରିଥିଲେ ।
ସେମାନଙ୍କ ଚିକôାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମାଟି ତଳୁ ୪ ମୃତଦେହ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି । ଏଥିସହ ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିଦେ୍ର୍ଦଶ ଦେବା ସହ ଗୁରୁତରଙ୍କୁ ସମସ୍ତ ପ୍ରକାର ଚିକିସôା ସୁବିଧା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।