ହାଇକୋର୍ଟ ବେଞ୍ଚ ହେଲେ ସମ୍ବଲପୁରରେ ହେବ: ଧର୍ମେନ୍ଦ୍ର

ହାଇକୋର୍ଟ ବେଞ୍ଚ ହେଲେ ସମ୍ବଲପୁରରେ ହେବ: ଧର୍ମେନ୍ଦ୍ର

ସମ୍ବଲପୁର: ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେଲେ ସମ୍ବଲପୁରରେ ହେବ। କାରଣ ଏହା ପଶ୍ଚିମାଞ୍ଚଳର କେନ୍ଦ୍ରସ୍ଥଳ। ଗମନାଗମନ ଦୃଷ୍ଟିରୁ ପଶ୍ଚିମାଞ୍ଚଳର ସବୁ ଅଞ୍ଚଳକୁ ଯୋଗାଯୋଗର ସୁବିଧା ରହିଛି। ସେଥିପାଇଁ ସମ୍ବଲପୁରର ଜନପ୍ରତିନିଧି ଭାବେ ସେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦାବିକୁ ସମର୍ଥନ କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।  ରବିବାର ଜିଲା ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଯେ,  ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରିବା ପାଇଁ ଦୀର୍ଘମିଆଦୀ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଅଞ୍ଚଳର ମୌଳିକ ସମସ୍ୟା ଦୂରୀକରଣ ସହ ଲୋକଙ୍କ ଆକାଂକ୍ଷା ସହ ଜଡ଼ିତ ବିଭିନ୍ନ କାର୍ୟ୍ୟକୁ ତ୍ୱରାନ୍ବିତ କରାଯିବ।
 ସମ୍ବଲପୁରକୁ ଆଗକୁ ନେବା ପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଓଡ଼ିଆ ସ୍ପଷ୍ଟ ନୁ୍ୟଜ ବର୍ଷାଋତୁକୁ ଦୃଷ୍ଟିରେ ରଖି ସମ୍ବଲପୁରର ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟସେବା, ପରିମଳ, ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଲୋକଙ୍କୁ ସବୁ ସୁବିଧା ସହ କ୍ରୀଡ଼ାକୁ ପ୍ରୋତ୍ସାହନ, କଳା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ନାଗରିକଙ୍କ ଥିବା ଅପେକ୍ଷା ଉପରେ ମହାନଗର ନିଗମ ଅଧିକାରୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିବା ସେ ସୂଚନା ଦେଇଥିଲେ।
କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ସିନ୍ଦୁରପଙ୍କରୁ ନକ୍ସାପାଲି ପର୍ୟ୍ୟନ୍ତ ପୁରୁଣା ଜାତୀୟ ରାଜପଥ ଏବେ ସ୍ବାଭାବିକ ହୋଇଛି। ଖୁବ୍‌ଶୀଘ୍ର ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯିବ। ସରଲା ଓଭରବ୍ରିଜଠାରୁ ଆଗକୁ ଥିବା ରାସ୍ତାକୁ ୬ ଲେନ୍‌ କରାଯିବା କାମ ଆରମ୍ଭ ହୋଇଛି। ପଡ଼ିଆବାହାଲରୁ ଗୋଶାଳା ପର୍ୟ୍ୟନ୍ତ ୧୮ କିମି ଜାତୀୟ ରାଜପଥ ସମ୍ବଲପୁରର ମୁଖଶାଳା ହେବ। ଏହି ରାଜପଥରେ ସ୍ବାସ୍ଥ୍ୟ ସୁବିଧା ଓ ଟର୍ମିନାଲ ମାର୍କେଟ୍‌ କମ୍ପ୍ଲେକ୍ସର କାମ ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଏହି ଜାତୀୟ ରାଜପଥ ନୂଆ ସମ୍ବଲପୁର ଅର୍ଥନୀତିର ଶ୍ରୀବୃଦ୍ଧିର ନମୁନା ହେବ। ସମ୍ବଲପୁରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସହଯୋଗରେ ଜ୍ଞାନ ଆଧାରିତ ଅର୍ଥନୀତି ଗତିଶୀଳ ହେବ। ଦକ୍ଷତା, ଉଦ୍ୟମିତା ଓ ରୋଜଗାର ଉପରେ ଗୁରୁତ୍ୱ ଦେଇ ସମ୍ବଲପୁରକୁ ଏକ ଶ୍ରୀମନ୍ତ ସହର କରିବା ପାଇଁ ଭାଜପା ପ୍ରତିଶ୍ରୁତିବଦ୍ଧ ରହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।