ଖାଲି ମିଠା ଖାଇଲେ ଡାଇବେଟିସ ହୁଏନି ! ଆସନ୍ତୁ ଜାଣିବା…

ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ ଏହି ରୋଗ ହେବକି ଆସନ୍ତୁ ଜାଣିବା…
ମିଠା ଖାଇବା ଯୋଗୁଁ ମଧୁମେହ ରୋଗ ହୋଇ ନଥାଏ । ଅଧିକ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢାଇଥାଏ। ଯଦି ଆପଣ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ପରେ ମଧ୍ୟ ନିଜ ଓଜନକୁ ନିୟନ୍ତ୍ରଣରେ ରଖି ପାରୁଛନ୍ତି ତେବେ ଆପଣ ଏହି ରୋଗର ଶିକାର ହୋଇ ନପାରନ୍ତି । ଯେଉଁ ଲୋକମାନଙ୍କର ନିଦ ପୁରା ହୋଇ ନଥାଏ । ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ ।