କଇଁଛ ମୁଦି ପିନ୍ଧୁଛନ୍ତି କି? ଜାଣନ୍ତୁ ଏହିସବୁ ନିୟମ

କଇଁଛ ମୁଦି ପିନ୍ଧୁଛନ୍ତି କି?  ଜାଣନ୍ତୁ ଏହିସବୁ ନିୟମ

 ଜ୍ୟୋତିଶ ଶାସ୍ତ୍ରରେ କଇଁଛ ମୁଦି ଖୁବ ଶୁଭ ଏବଂ ଲାଭ ଦାୟକ ବୋଲି କୁହାଯାଇଛି । ଅନେକ ସମୟରେ ଏହାକୁ ଧନ-ସମ୍ପଦ ସହିତ ମଧ୍ୟ ଯୋଡ଼ାଯାଏ । ଏହି ମୁଦି ପିନ୍ଧିବା ଦ୍ୱାରା ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀ ଅସୀମ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାକୁ ଧାରଣ କରିବା ପୂର୍ବରୁ କିଛି ନିୟମ ବିଷୟରେ ଜାଣି ରଖିବା ଉଚିତ୍ । ଯାହା ଦ୍ୱାରା ବ୍ୟକ୍ତିଜଣକ ଏହାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇପାରିବ ।

କଇଁଛକୁ ମା ଲକ୍ଷ୍ମୀଙ୍କ ସହ ଯୋଡ଼ା ଯାଇଥାଏ । ତେଣୁ ଏହି ମୁଦ୍ରିକାକୁ ଶୁକ୍ରବାର ଦିନ ଧାରଣ କରିବା ବେଶ୍ ଲାଭଦାୟକ ବା ଫଳପ୍ରଦ ବୋଲି ବିଶ୍ୱାସ ରହିଛି । ତେବେ ଯଦି ଆପଣ ଏହାକୁ କୌଣସି କାରଣରୁ ବାହାର କରୁଛନ୍ତି, ତେବେ ମା ଲକ୍ଷ୍ମୀଙ୍କ ଚରଣରେ ହିଁ ଅର୍ପଣ କରିବା ପରେ ହିଁ ପୁନର୍ବାର ଧାରଣ କରନ୍ତୁ ।  ମାନ୍ୟତା ଅନୁସାରେ, କଇଁଛ ମୁଦ୍ରିକା ଧାରଣ କରିବା ଦ୍ୱାରା ଧୈର୍ଯ୍ୟ ଏବଂ ଶାନ୍ତି ରହିଥାଏ । ଏହାସହିତ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ହୋଇଥାଏ । ଏହାକୁ ଦାରଣ କରିବା ଦ୍ୱାରା ଜୀବନର ଅନେକ ଦୋଷ ଶେଷ ହୋଇଥାଏ ।କଇଁଛ ମୁଦ୍ରିକା ପିନ୍ଧିବା ଦ୍ୱାରା ଉନ୍ନତିର ମାର୍ଗ ଖୋଲିଥାଏ ବୋଲି ବିଶ୍ୱାସ ରହିଛି ।

ଚାନ୍ଦୀରେ ପ୍ରସ୍ତୁତ କଇଁଛ ମୁଦି ଦାରଣ କରିବା ଖୁବ ଲାଭଦାୟକ ହୋଇଥାଏ ବୋଲି କୁହାଯାଇଛି । ଏହି ମୁଦି ଧାରଣ କରିବା ସମୟରେ ଧ୍ୟାନ ରଖନ୍ତୁ, କଇଁଛର ମୁଖ ଆପଣଙ୍କ ଆଡ଼କୁ ରହିବା ଉଚିତ୍ । ଏହାସହିତ ଡାହାଣ ହାତର ମଧ୍ୟମା ଅଙ୍ଗୁଳିରେ ବା ପାଖ ତର୍ଜନୀ ଆଙ୍ଗୁଳିରେ ଏହି ମୁଦି ପିନ୍ଧିବା ଉଚିତ୍ । ଏହି ମୁଦି ଧାରଣ କରିବା ପୂର୍ବରୁ ଏହାକୁ କ୍ଷୀର ଏବଂ ପରେ ଗଙ୍ଗାଜଳରେ ଶୁଦ୍ଧ କରି ନିଅନ୍ତୁ । ଏହାପରେ ମୁଦ୍ରିକାକୁ ମାତା ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରି ଶ୍ରୀ ସୁକ୍ତ ପାଠ କରନ୍ତୁ । ଏହାପରେ ହିଁ ଆପଣ କଚ୍ଛିମ ମୁଦ୍ରିକା ଧାରଣ କରିବା ଉଚିତ୍ ହେବ ।