କେଉଁ ସ୍ୱପ୍ନ ଦେଖିବା ଶୁଭ!
ଆମ ଭିତରୁ ଅନେକଙ୍କ ମନରେ ଇଚ୍ଛାଟିଏ ଥାଏ ଏମିତି କିଛି ଘଟନ୍ତା କି ମୁଁ ରାତାରାତି ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି । କେବେ କେବେ ସେମିତି ଘଟେ । ଆଉ ବେଳେ ବେଳେ ସ୍ୱପ୍ନ ଜରିଆରେ ଏହାର ଆଭାସ ମିଳିଥାଏ । ଆସନ୍ତୁ ସେଭଳି କିଛି ସ୍ୱପ୍ନ ଓ ତା’ର ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଜାଣିବା । ରାଜଭବନର ଶିଖର ଉପରେ ଚଢ଼ି ଯେଉଁ ବ୍ୟକ୍ତି ପକ୍ୱାନ୍ନ ଭୋଜନ କରୁଥିବାର ଦେଖେ ବା ଯେଉଁ ବ୍ୟକ୍ତି ଅଗାଧ ଜଳ ଭିତରେ ପହଁରୁଥିବା ଦେଖେ ସେ ରାଜା ପରି ଉଚ୍ଚପଦ ଲାଭ କରେ ବୋଲି ବିଶ୍ୱାସ କରାଯାଏ । ପୁଣି ସ୍ୱପ୍ନରେ ଯେଉଁ ବାନ୍ତି ବା ବିଷ୍ଠାର ସ୍ୱାଦ ଗ୍ରହଣ କରି ଖାଏ, ତାକୁ ଅଭକ୍ଷ ଭାବି ଘୃଣା କରେନାହିଁ, ସେ ବ୍ୟକ୍ତି ଅଚଳାଚଳ ସମ୍ପତ୍ତି ଲାଭ କରେ ।
ଯଉଁ ବ୍ୟକ୍ତି ସ୍ୱପ୍ନରେ ମୂତ୍ର, ବୀର୍ଯ୍ୟ ବା ରଜ ଓ ରକ୍ତ ଖାଉଥିବାର ଦେଖେ, ତାହାକୁ ତେଲ ପରି ଦେହରେ ବୋଳିହୁଏ, ସେ ଧନବାନ୍ ହୁଅନ୍ତି । ପଦ୍ମପତ୍ର ଉପରେ ବସି ଯିଏ ଖିରି ଖାଉଥିବାର ସ୍ୱପ୍ନ ଦେଖେ ସେ ବିଶାଳ ରାଜ୍ୟ ବା ଧନସମ୍ପତ୍ତି ପ୍ରାପ୍ତ କରେ ।
ସେହିପରି ସ୍ୱପ୍ନରେ ଯେଉଁ ବ୍ୟକ୍ତି ଫଳ ଓ ଫୁଲ ଖାଏ ବା ଦେଖେ ତାଙ୍କ ପାଖକୁ ଲକ୍ଷ୍ମୀ ଆସନ୍ତି । ଅର୍ଥାତ ତାଙ୍କ ଅଗଣାରେ ଧାନ, ଚାଉଳ, ମୁଗ, ବିରି ଆଦି ଗଦା ହୁଏ । ସ୍ୱପ୍ନରେ ଯେଉଁ ବ୍ୟକ୍ତି ଧନୁରେ ଶର ସନ୍ଧାନ କରେ ସେ ନିଜ ଶତ୍ରୁମାନଙ୍କୁ ମାରି ନିଷ୍କଣ୍ଟକ ରାଜ୍ୟ ଭୋଗ କରେ ।
ସ୍ୱପ୍ନରେ ଯେଉଁ ବ୍ୟକ୍ତି ଅନ୍ୟର ଶତ୍ରୁତା କରେ, ଅନ୍ୟକୁ ବଧ କରେ ବା ବନ୍ଦୀ କରେ ସେ ଧନବାନ୍ ହୁଏ । ସ୍ୱପ୍ନରେ ବିଜୟ ହେଲେ ବା ଶତ୍ରୁମାନଙ୍କର ପରାଜୟ ହେଲେ ବ୍ୟକ୍ତି ଚକ୍ରବର୍ତ୍ତୀ ରାଜା ହୁଏ ।
ରୁପା ବା ସୁନା ପାତ୍ରରେ ଯେଉଁ ବ୍ୟକ୍ତି ଖିରି ଖାଉଥିବାର ସ୍ୱପ୍ନ ଦେଖିଲେ ସେ ରାଜତ୍ୱ ବା ଉଚ୍ଚପଦ ଲାଭ କରିଥାନ୍ତି । ସ୍ୱପ୍ନରେ ବୃକ୍ଷ ବା ପର୍ବତ ଉପରେ ଚଢ଼ିଲେ ମଧ୍ୟ ସମାନ ଫଳ ମିଳେ । ପର୍ବତ-ଜଙ୍ଗଲ ଯୁକ୍ତ ପୃଥିବୀକୁ ଯେଉଁ ବ୍ୟକ୍ତି ନିଜ ବାହୁ ଦ୍ୱାରା ନଈରେ ପହଁରିବା ପରି ପହଁରି ପହଁରି ପାରି ହୁଏ ସେ ଶୀଘ୍ର ହିଁ ଉଚ୍ଚ କ୍ଷମତା ପ୍ରାପ୍ତ ହୁଏ ।
ଯେଉଁ ବ୍ୟକ୍ତି ପର୍ବତ ଶିଖର ଉପରେ ଚଢ଼ି ବିନା ପରିଶ୍ରମରେ ଓହ୍ଲେଇ ଆସେ ସେ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରି ଭଲରେ ଘରକୁ ଫେରିଥାଏ ବୋଲି ବିଶ୍ୱାସ ରହିଛି । ସ୍ୱପ୍ନରେ ଯେଉଁ ବ୍ୟକ୍ତି ବିଷ ପିଇ ମରିଯାଏ, ସେ ଉତ୍ତମ ପୁରୁଷ ଅନେକ ପ୍ରକାର ଭୌତିକ ସୁଖ ଦ୍ୱାରା ଯୁକ୍ତ ତଥା କଷ୍ଟ ଓ ରୋଗରୁ ମୁକ୍ତ ହୁଏ । ସ୍ୱପ୍ନରେ ଅସ୍ତ୍ରଶସ୍ତ୍ର, ଗହଣା, ମଣି ବା ବିଭିନ୍ନ ପ୍ରକାର ରନô, ପ୍ରବାଳ, ସୁନା ତଥା ତମ୍ବା ଚୋରି ହେବା ଅଶୁଭ ଫଳ ଦେଇଥାଏ ।
ହସୁଥିବା, ନାଚୁଥିବା, ମୋଟାସୋଟା, ଡେଙ୍ଗା ଓ ବାଳରହିତ ମନୁଷ୍ୟକୁ ଯେଉଁ ବ୍ୟକ୍ତି ସ୍ୱପ୍ନରେ ଦେଖେ ସେ ଦୁଇମାସ ପର୍ଯ୍ୟନ୍ତ ଜୀବିତ ରହେ ।
କାନ, ନାକ, ବାହୁ କଟିଯିବା, ବିଷ୍ଠା ବା ଗୋବର କୁଣ୍ଡରେ ବୁଡ଼ିଯିବା, ଦାନ୍ତ ଓ କେଶ ଝଡ଼ିବା, ଅତ୍ୟଧିକ ମାଂସ ଖାଇବା, ଘର ବା ରାଜମହଲ ଫାଟିଯିବା ଆଦି ସ୍ୱପ୍ନରେ ଦେଖିଲେ ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାଏ କିମ୍ବା ତା’ର ମୃତୁ୍ୟ ହୋଇଯାଏ ।
ଘୋଡ଼ା, ହାତୀ, ବସ୍ତ୍ର ତଥା ଗୃହ ଆଦି ଲୁଟ୍ପାଟ୍ ବା ଚୋରି ଯେଉଁ ବ୍ୟକ୍ତି ଦେଖେ ତା’ର ରାଜଭୟ ବା ଜେଲ୍ୟିବା ଭୟ ଉତ୍ପନ୍ନ ହୋଇଥାଏ ବୋଲି ଶ୍ରୀଧରକୃତ ‘ସ୍ୱପ୍ନ କମଳାକର’ରେ ବର୍ଣ୍ଣନା ହୋଇଛି ।