ସାବଧାନ, ଘରର ସିଡି ତଳେ କଦାପି ରଖନ୍ତୁନି ଠାକୁର ଘର

ସାବଧାନ, ଘରର ସିଡି ତଳେ କଦାପି ରଖନ୍ତୁନି ଠାକୁର ଘର

ଠାକୁର ଘର କରି ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି ଏପରି କରିବା ଆଦୌ ଶୁଭ ନୁହେଁ । ଏହା ଘରର ଐଶ୍ୱର୍ଯ୍ୟ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ । ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ ଏଠାରେ ଛୋଟ ଗାଧୁଆଘର ହେଉ କି ରୋଷେଇ ଘର ଆଦି ତିଆରି କରିଦେଇଥାନ୍ତି । ହେଲେ ବାସ୍ତୁଶାସ୍ତ୍ର କୁହେ ଏହା ଭୁଲ୍ ।  ତେବେ ବାସ୍ତୁ ଅନୁଯାୟୀ, କେଉଁ ଜିନିଷ ଶିଡ଼ି ତଳେ ରଖିବା ଉଚିତ୍ ଏବଂ କେଉଁ ଜିନିଷ ରଖିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା  ।
ସ୍ଥାନ ଅଭାବ ଯୋଗୁ ଶିଡ଼ି ତଳେ ଛୋଟ ଠାକୁର ଘର ରଖିବା ଦ୍ୱାରା ଏହା ଘରର ଐଶ୍ୱର୍ଯ୍ୟ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ । ରୋଷେଇ ଘର ବି ଶିଡ଼ି ତଳେ ତିଆରି କରିବା ଉଚିତ୍ ନୁହେଁ ।  ଏହା ଘରର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥାଏ ।  ଅନ୍ୟପଟେ ଗାଧୁଆଘର କି ଶୌଚାଳୟ ମଧ୍ୟ ଶିଡ଼ି ତଳେ ତିଆରି କରିବା କଦାପି ଶୁଭଲକ୍ଷଣ ନୁହେଁ । ଏହା ଘରର ଆର୍ଥିକାବସ୍ଥାକୁ ଦୁର୍ବଳ କରିବା ସହ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ  । ଶିଡ଼ି ତଳେ ଡଷ୍ଟବିନ୍ ରଖିବା ବି ଠିକ୍ ନୁହେଁ, କାରଣ ଏହାଦ୍ୱାରା ଘରେ କଳହ ଓ ଅଶାନ୍ତିର ପରିବେଶ ସୃଷ୍ଟି କରିଥାଏ । ଜୋତା ଷ୍ଟାଣ୍ଡକୁ ବି ଶିଡ଼ି ତଳେ ରଖନ୍ତୁ ନାହିଁ  । କୁହାଯାଏ, ଏହାଦ୍ୱାରା ଘରେ ବାସ୍ତୁଦୋଷ ସୃଷ୍ଟି ହେବା ସହ ଅଶାନ୍ତିକୁ ଡାକିଆଣେ ।