ଜନ୍ମମାଟିରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

ଜନ୍ମମାଟିରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

 ମୟୂରଭଞ୍ଜରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ମହାମହିମ । ଉପରବେଡା  ଗାଁ ସ୍କୁଲରେ  କାର୍ଯ୍ୟକ୍ରମରେ ଦେବେ ଯୋଗ ।  ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି  ଉପରବେଡାକୁ  ସୁସଜ୍ଜିତ କରାଯାଇଛି ।ଏଥିସହିତ ସୁରକ୍ଷାକୁ କଡାକଡି କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମହାମହିମଙ୍କ ସୁରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ଏପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା ପୁଲିସ ପ୍ରଶାସନ କହିଛି।