ହାଇଦ୍ରାବାଦ: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବୁଧବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭.୨୦ରୁ ୭.୨୬ ମଧ୍ୟରେ ଲୋକେ ଭୂକମ୍ପର କମ୍ପନ ଅନୂଭବ କରାଯାଇଛି।
କେଉଁଠାରେ ଭୂକମ୍ପ ଘଟିଛି?
ହାଇଦ୍ରାବାଦ, ହନୁମାକୋଣ୍ଡା, ୱାରଙ୍ଗାଲ, କାମାମ୍, ରଙ୍ଗାରେଡି, ଭଦ୍ରାଦ୍ରୀ କୋଥାଗୁଡେମ୍, ଜଗାୟାପେଟ, ମନୁଗୁରୁ, ଗୋଦାବରୀ ଖାନି, ଭୁପାଲପାଲି, ଚାର୍ଲା, ଚିଣ୍ଟାକାନି, ଭଦ୍ରାଚାଲମ, ବିଜୟୱାଡା, ଜଗୁୟାୟାପୁର, ତିରୁବୁରୁ, ଚେନ୍ନୁର, ଜୟପୂର ମଣ୍ଡଳ, ମଞ୍ଚିରୟାଲା ଆଦି ଅଞ୍ଚଳରେ ଲୋକମାନେ ସେମାନଙ୍କ ଘର ଏବଂ ଆପାର୍ଟମେଣ୍ଟରୁ ବାହାରି ଆସିଥିଲେ।
ତେବେ ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଘଟିଛି, ଯାହାର କେନ୍ଦ୍ରସ୍ଥଳ ମୁଲୁଗୁ ଥିବା ଜଣାପଡ଼ିଛି।