ଫେସ୍ ମାସ୍କ ବ୍ୟବହାର କରୁଥିଲେ...

ଫେସ୍ ମାସ୍କ ବ୍ୟବହାର କରୁଥିଲେ...

ଅଧିକାଂଶ ମହିଳା ତ୍ୱଚାର ସୁରକ୍ଷା ତଥା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଫେସ୍ ମାସ୍କ ବ୍ୟବହାର କରିଥାନ୍ତି । ହେଲେ ଏହାକୁ ଲଗାଇ କେତେକ ଦିଗ ପ୍ରତି ଯନôଶୀଳ ନ ହେଲେ ଠିକ୍ ରେଜଲ୍ଟ୍ ମିଳି ନ ଥାଏ ।
ଫେସ୍ ମାସ୍କ ଲଗାଉଥିଲେ ଜାଣିରଖନ୍ତୁ କେତୋଟି କଥା...
ନିଜ ତ୍ୱଚାର ପ୍ରକାର ଯଥା, ଅଏଲୀ, ଡ୍ରାଏ କିମ୍ବା ନର୍ମାଲ ଜାଣିବା ପରେ ଫେସ୍ ମାସ୍କ ବାଛିବା ଆବଶ୍ୟକ । ନ ହେଲେ ଏହାକୁ ଲଗାଇବାର ସୁଫଳ ମିଳିବା ବଦଳରେ ତ୍ୱଚା ଡ୍ରାଏ ଲାଗିବା ସହ ଗ୍ଲୋ କମିଯିବା ଭଳି ସମସ୍ୟା ଦେଖାଦେଇଥାଏ । 
ଅନେକେ ଭାବନ୍ତି ଆମେ ଯେତେ ଅଧିକ ଫେସ୍ ମାସ୍କ ବ୍ୟବହାର କରିବା ମୂହଁ ସେତେ ଅଧିକ ଗ୍ଲୋ କରିବ । ହେଲେ ଏହା ଏକ ଭ୍ରାନ୍ତ ଧାରଣା । କାରଣ ଆବଶ୍ୟକରୁ ଅଧିକ ଫେସ୍ ମାସ୍କ ବ୍ୟବହାରକରିବା ବି ତ୍ୱଚା ପାଇଁ ଠିକ୍ ନୁହେଁ । ତେଣୁ ଫେସ୍ମାସ୍କ ବ୍ୟବହାର କରିବା ପୂର୍ବରୁ ଏହାକୁ କେତେ ପରିମାଣରେ ଏବଂ କେତେ ସମୟ ପର୍ଯ୍ୟନ୍ତ ଲଗାଇଲେ ଉପକୃତ ହେବେ ସେ ସମ୍ପର୍କରେ କୌଣସି ବୁ୍ୟଟିସିଆନ୍ଙ୍କଠାରୁ ବୁଝି ନିଅନ୍ତୁ ।
ଫେସ୍ ମାସ୍କ ବ୍ୟବହାର କରିବା ଲାଗି ଯଦି ବ୍ରସ୍ ବ୍ୟବହାର କରୁଛନ୍ତି ତେବେ ଏହାକୁ ସର୍ବଦା ପରିଷ୍କାର ରଖିବାକୁ ଚେଷ୍ଟାକରନ୍ତୁ କିମ୍ବା ହାତରେ ଲଗାଉଥିଲେ ପ୍ରଥମେ ହାତକୁ ଭଲ ଭାବେ ସଫାକରନ୍ତୁ । କାରଣ ଏପରି ନ କଲେ ହାତ କିମ୍ବା ବ୍ରଶରେ ଥିବା ଜୀବାଣୁ ତ୍ୱଚାରେ ଲାଗିବା ଦ୍ୱାରା ବ୍ରଣ ସହ ତ୍ୱଚାର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।
ଫେସ୍ ମାସ୍କକୁ ବେଶି ସମୟ ଲଗାଇଲେ ତ୍ୱଚା ଅଧିକ ଗ୍ଲୋ କରିବ, ଏଭଳି ମାନସିକତା ଅନେକଙ୍କର ରହିଛି; ଯାହାକି ସେମାନଙ୍କଠାରେ ତ୍ୱଚା ରୁକ୍ଷ ହେବା ପାଇଁ ଦାୟୀ । ତେଣୁ ମାସ୍କ ଶୁଖିଆସିଲେ ଏହାକୁ ଓଦାକରି ଆଙ୍ଗୁଠି ଟିପ ସାହାଯ୍ୟରେ ଧୀରେ ଧୀରେ ଛଡ଼ାନ୍ତୁ । ମନେରଖନ୍ତୁ ମାସ୍କ ଛଡ଼ାଇବା ବେଳେ ଆଦୌ ରଗଡ଼ନ୍ତୁ ନାହିଁ ।