ହୁତୁ ହୁତୁ ହୋଇ ଜଳିଗଲା ହାଇୱା ଟ୍ରକ୍
ଅତର୍କିତ ଭାବେ ଜଳିଗଲା ହାଇୱା ଟ୍ରକ୍,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଯୋଡ଼ା ବାମେବାରି ଥାନା ଖଣ୍ଡବନ୍ଧ ବାଲାଜୀ ପାର୍କିଂ ସ୍ଥଳରେ ଏକ ହାଇୱା ଟ୍ରକ୍ ହୁତୁ ହୁତୁ ହୋଇ ଜଳିଯାଇଛି । ଅଳ୍ପକେ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉକ୍ତ ପାର୍କିଂ ସ୍ଥଳରେ ଠିଆ ହୋଇଥିବା ହାଇୱା ଟ୍ରକରେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଡ୍ରାଇଭର ଏଥିରୁ ବର୍ତ୍ତି ଯାଇଥିବା ଜଣାପଡିଛି। ଦମକଳ ବାହିନୀ ନିଆଁକୁ ଆୟତ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।