ଆଜି କେତେ ରହିଛି ସୁନା ଦର ଜାଣନ୍ତୁ !

ଆଜି କେତେ ରହିଛି ସୁନା ଦର ଜାଣନ୍ତୁ !

ବଜାରରେ ସୁନା ଓ ରୁପା ଦର ଆକାଶଛୁଆଁ ହେବାରେ ଲାଗିଛି । ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୯ ,୮୧୦ ଟଙ୍କା‌ରେ ପହଞ୍ଚିଛି । ସେହିଭଳି ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୪,୦୮୦ ଟଙ୍କା ହୋଇଛି । ୧୮ କ୍ୟାରେଟ୍‌  ସୁନା ଦର ୧୦ ଗ୍ରାମ୍‌ ପିଛା ୬୯,୭୮୦ ଟଙ୍କା ହୋଇଛି । ସେହିପରି  ୧୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା  ୫୫,୫୬୦ ଟଙ୍କା ହୋଇଛି । ୨୦  କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା  ୭୬,୬୭୦ ଟଙ୍କା ହୋଇଛି । ଗତକାଲି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୯,୯୬୩ ଟଙ୍କା ହୋଇଥିଲା । ୨୨  କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା  ୮୨,୪୮୩ ହୋଇଥିଲା ।  ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି । କେବଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାହକମାନେ ସୁନା କିଣୁଛନ୍ତି । ସଉକ ପାଇଁ ସୁନା କିଣୁଥିବା ଗ୍ରାହକମାନେ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି । ଅଧିକାଂଶ ଗ୍ରାହକ ମୁଖ୍ୟତଃ ହାଲ୍‌କା ଓଜନର ସୁନା ଗହଣା କିଣୁଛନ୍ତି । ଅନ୍ୟପକ୍ଷରେ କେବଳ ନିବେଶ ପାଇଁ ୨୪ କ୍ୟାରେଟ୍‌ ସୁନା କିଣୁଥିବା ଗ୍ରାହକମାନେ ଭବିଷ୍ୟତରେ ଭଲ ରିଟର୍ଣ୍ଣ ପାଇବା ଆଶାରେ ସେମାନଙ୍କ କ୍ରୟ ଜାରି ରଖିଛନ୍ତି ବୋଲି ସୋରୁମ୍‌ର ଅଧିକାରୀମାନେ ମତ ଦେଇଛନ୍ତି ।