ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ

 ଭୁବନେଶ୍ୱର : ଉକôର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା କନ୍କ୍ଲେଭର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶର ବିଭିନ୍ନ ଦିଗ ଏବଂ ସୁଯୋଗକୁ ନେଇ ଏକ ଅଧିବେଶନର ଆୟୋଜନ କରାଯାଇଥିଲା । ଉକ୍ତ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ କି, କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ, ଐତିହ୍ୟ ଏବଂ ସଂସ୍କୃତି ସମୃଦ୍ଧ ରାଜ୍ୟ ହେଉଛି ଆମ ଓଡ଼ିଶା । ମନ୍ଦିରମାଳିନୀ ରାଜ୍ୟ ଓଡ଼ିଶାରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଆଦି ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ଏଥିସହ ପ୍ରାକୃତିକ ଶୋଭାରେ ବିମଣ୍ଡିତ ଆମ ରାଜ୍ୟ ଓଡ଼ିଶା ବନରାଜି, ଅଭୟାରଣ୍ୟ, ନଦୀ, ହ୍ରଦ, ସମୁଦ୍ର ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପରିପୂର୍ଣ୍ଣ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ହେବା ଦ୍ୱାରା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏଥିସହିତ ଆମ ବିକାଶର ଯାତ୍ରା ଆହୁରି ମଧ୍ୟ ଅଗ୍ରସର ହୋଇପାରିବ । ତେଣୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହିଁ ପ୍ରକୃଷ୍ଟ ସମୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତପ୍ରକାଶ କରିଥିଲେ ।
ଅଧିବେଶନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ରହିଥିବା ବିଭିନ୍ନ ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିଥିବାବେଳେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, କାର୍ଯ୍ୟକ୍ରମ, ଯୋଜନା ଓ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।