ଖରାଦିନେ ଗର୍ଭବତୀ ମହିଳାଙ୍କ ପାଇଁ....

ଖରାଦିନେ ଗର୍ଭବତୀ ମହିଳାଙ୍କ ପାଇଁ....


 ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ପଡିଥାଏ ।  ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ମହିଳାମାନେ ପ୍ରଚୁର ପାଣି ସହ ପଇଡ଼ପାଣି ପିଅନ୍ତୁ । ଏହା ଜଳୀୟ ଅଂଶ ବୃଦ୍ଧି କରେ ଓ ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ ।ନିଜକୁ ହାଇଡ୍ରେଡ ରଖିବା ପାଇଁ  ଗର୍ଭବତୀମାନେ ବିଭିନ୍ନ ପ୍ରକାର ଫଳ ଜୁସ୍‌ ପିଅନ୍ତୁ । ଯାହା ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବ  ।ଦିନକୁ ଅତିକମ୍‌ ରେ ଥରେ କ୍ଷୀର ପିଅନ୍ତୁ ।  ଏହାଛଡା ପ୍ରଚୁର ମାତ୍ରାରେ ଲେମ୍ବୁପାଣି ପିଅନ୍ତୁ । ଖାଲି ପାଣି ବଦଳରେ ଏହା ବହୁ ଲାଭଦାୟକ ।  ବିଭିନ୍ନ ପ୍ରକାର ପରିବା ଜୁସ୍‌ ତିଆରି କରି ପିଇବା ଉଚିତ୍‌  । ସବୁଠୁ ଭଲ ପାନୀୟ  ଦହି ବା ଲସି ପିଇବା ଫଳରେ ଶରୀର ହାଇଡ୍ରେଡ ରହିବା ସହ ବିଭିନ୍ନ ସମସ୍ୟା ଦୂର କରିଥାଏ ।