ଘରେ ପକ୍ଷୀ ଓ କୀଟପତଙ୍ଗ ବସା କଲେ ଶୁଭ ନା ଅଶୁଭ
bird nest is good or bad
ସାଧାରଣତଃ ପକ୍ଷୀମାନେ ଗଛଡାଳରେ ନିଜ ବସା ତିଆରି କରିଥାନ୍ତି । କିନ୍ତୁ ଏବେ ଗଛଲତା, ଜଙ୍ଗଲ ହ୍ରାସ ପାଉଥିବାରୁ ଅନେକ ପକ୍ଷୀ ଓ କୀଟପତଙ୍ଗ କାହା କାହା ଘରେ ବସା ବାନ୍ଧୁଥିବାର ଦେଖାଯାଉଛି । ତେବେ ବାସ୍ତୁଶାସ୍ତ୍ରରେ ପକ୍ଷୀ କିମ୍ବା କୀଟପତଙ୍ଗ, ଘରେ ବସା ତିଆରି କରିବା ବିଷୟରେ ଶୁଭ ଏବଂ ଅଶୁଭ ଫଳାଫଳର ବର୍ଣ୍ଣନା ରହିଛି । ଆସନ୍ତୁ ଜାଣିରଖିବା ଏ ସମ୍ପର୍କିତ କିଛି କଥା...
ମୁହୁମାଛି ଓ ବିରୁଡ଼ି ଘରେ ବସା ତିଆରି କଲେ, ଆଗାମୀଦିନରେ କିଛି ସମସ୍ୟା ଆସୁଥିବା ସୂଚାଇଥାଏ ।
ଯଦି ଘରଚଟିଆ କାହାର ଘରେ ବସା ତିଆରି କରେ, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସକାରାତ୍ମକତାର ଏକ ସୂଚକ । ଘରେ ଘରଚଟିଆ ବସା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ପାଏ । ବାସ୍ତୁଦୋଷର କୁପ୍ରଭାବ ମଧ୍ୟ ଦୂର ହୁଏ । ପରିବାର ସଦସ୍ୟଙ୍କର ଭାଗ୍ୟରେ ଉନ୍ନତି ଆସିଥାଏ ।
ଅନେକ ଲୋକ ଘରେ ପାରା ରଖିଥାନ୍ତି । ଘରେ ପାରା ରଖିବା କିମ୍ବା ଘରେ ପାରା ବସା ତିଆରି କରୁଥିଲେ, ଏହା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ ।
ବାଦୁଡ଼ି ଘରକୁ ପ୍ରବେଶ କରିବା ଅଶୁଭ ସଙ୍କେତ ହୋଇଥାଏ । ଏହି କ୍ଷେତ୍ରରେ ବାଦୁଡ଼ି ଘରେ ବସା ତିଆରି କଲେ ବିପଦର ସଙ୍କେତ ଦିଏ ।