ଖରାଦିନେ ଶରୀର ସାଙ୍ଗକୁ ପେଟକୁ ଥଣ୍ଡା ରଖୁଥାଏ ଦହି,କଦଳୀ

ଦହି
ଖରାଦିନେ ଦହି ଶରୀର ସାଙ୍ଗକୁ ପେଟକୁ ଥଣ୍ଡା ରଖୁଥାଏ । ଏଥିରେ ଲାକ୍ଟିକ ଏସିଡ ରହିଛି, ଯାହା ଗ୍ୟାଷ୍ଟ୍ରିକ ସମସ୍ୟାକୁ ହ୍ରାସ କରେ । ଯଦି ଏପରି ସମସ୍ୟା ହେଉଛି, ତେବେ ଦହିରେ ଗୋଲମରିଚ, ଅଳ୍ପ ଲୁଣ ଏବଂ ଧନିଆ ପତ୍ର ରସକୁ ମିଶାଇ ସେବନ କଲେ, ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ମିଳିପାରେ ।
କଦଳୀ
ଅମ୍ଳତା କିମ୍ବା ଗ୍ୟାଷ୍ଟ୍ରିକରୁ ହ୍ରାସ ପାଇବା ଲାଗି କଦଳୀକୁ ଏକ ଉତ୍ତମ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଏଥିରେ ଆଣ୍ଟାସିଡ୍ ନାମକ ଏକ ତତ୍ତ୍ୱ ରହିଥାଏ । ଯାହା ପାକସ୍ଥଳୀରେ ସୃଷ୍ଟି ହେଉଥିବା ଏସିଡ୍ ରିଫ୍ଲକ୍ସକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ସମସ୍ୟାରୁ ଆରାମ ପାଇବା ଲାଗି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଉପକାରୀ ହୋଇଥାଏ ।
ଆପଲ୍ ଭିନେଗାର
ଏସିଡ୍ ରିଫ୍ଲକ୍ସର ଯୋଗୁଁ ଅନେକ ଥର ପେଟରେ ଏହି ସମସ୍ୟା ହୋଇଥାଏ । ଏହାର ସମାଧାନ ସ୍ୱରୂପ ଆପଲ୍ ଭିନେଗାରକୁ ବ୍ୟବହାର କରାଯାଇପାରିବ । ଏକ ଗ୍ଲାସ ପାଣିରେ ଗୋଟିଏ କିମ୍ବା ଦୁଇ ଚାମଚ ଆପଲ୍ ଭିନେଗାର ପକାଇ ପିଇପାରିବେ । ଏଥିରୁ ଗ୍ୟାଷ୍ଟ୍ରିକ ସମସ୍ୟା ସହ ଶରୀରରେ ଅତ୍ୟଧିକ ଚର୍ବି ହ୍ରାସ ପାଏ । କିନ୍ତୁ ସର୍ବଦା ଧ୍ୟାନ ରଖିବେ ଯେ, ଆପଲ ଭିନେଗାରକୁ ଦିନକୁ ଦୁଇ ଚାମଚରୁ ଅଧିକ ସେବନ କରିବେ ନାହିଁ ।
ଲବଙ୍ଗ
ଲବଙ୍ଗ କାର୍ମିନାଟିଭ ନାମକ ଏକ ତତ୍ତ୍ୱ ରହିଛି । ଯାହା ଆମ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଏ । ଏହା ପାକସ୍ଥଳୀରେ ଗ୍ୟାସ୍ ସୃଷ୍ଟିକୁ ରୋକିବା ପାଇଁ କାର୍ଯ୍ୟ କରେ ।
ଜିରା ଓ ପାନମଧୁରୀ
ଜିରା ଓ ପାନମଧୁରୀକୁ ଏକ ଏସିଡ୍ ନ୍ୟୁଟ୍ରିଲାଇଜର ଭାବେ ଗ୍ରହଣ କରାଯାଏ । ଏହା ହଜମ ଜନିତ ସମସ୍ୟାକୁ ଦୂର କରିବା ସହ ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ । ଭୋଜନ ପରେ, ଭଜା ଜିରା କିମ୍ବା ଭଜା ପାନମଧୁରୀକୁ ଏକ କପ୍ ପାଣିରେ ପକାଇ ପିଇପାରିବେ । କିମ୍ବା ଖାଲି ପାଟିରେ ପକାଇ ଚୋବାଇ ଖାଇ ପାରିବେ ।
ନିଅନ୍ତୁ ଓ ଛାଡନ୍ତୁ । ଏହି ଭଳି ଅଭ୍ୟାସ ପ୍ରଥମେ ୫ରୁ ୧୦ ଥର କରନ୍ତୁ । ଅଭ୍ୟାସରେ ପଡିଲେ ଆପଣ ଦିନକୁ ୧୦ରୁ ୨୦ଟି ଦଣ୍ଡ ମାରନ୍ତୁ । ଏହାପରେ ପୂର୍ଣ୍ଣ ବିଶ୍ରାମ ନିଅ