କାହିିଁକି ହୁଏ ହାର୍ଟ ଫେଲିୟର ?

କାହିିଁକି ହୁଏ ହାର୍ଟ ଫେଲିୟର ?

ହାର୍ଟ ଫେଲିୟର ଦିନକୁ ଦିନ ବଢିବାରେ ଲାଗିଛି  । ଶୀତଦିନେ ଏହି ସମସ୍ୟା ବେଶୀ ଦେଖାଯାଏ । କାରଣ ଥଣ୍ଡା ଯୋଗୁଁ ରକ୍ତବାହୀ ନଳୀଗୁଡିକ ସଙ୍କୁଚିତ ହୋଇ ରକ୍ତ ପ୍ରବାହ ଧୀମା ହୋଇଯାଏ ଓ ରକ୍ତଚାପ ବଢିଯାଏ  । ଫଳରେ ରକ୍ତ ସଞ୍ଚାଳନ ପାଇଁ ହାର୍ଟକୁ ଅଧିକ ପରିଶ୍ରମ କରିବାକୁ ପଡେ ଯାହା ହାର୍ଟ ହାର୍ଟଆଟାକ୍ର କାରଣ ହୋଇପାରେ  । ହାର୍ଟ ଫେଲିୟର ହେଲେ ଶରୀରକୁ ଅକ୍ସିଜେନ ଓ ପୋଷକ ତତ୍ତ୍ୱରେ ଭରପୂର ରକ୍ତ ମିଳେପାରେ ନାହିଁ  । ତେଣୁ ଶୀତ ଦିନେ ହାର୍ଟ ଫେଲିୟର ଆଶଙ୍କା ଅଧିକ ଥାଏ  ।  ହୃଦୟକୁ ସୁସ୍ଥ ରଖିବା ଲାଗିବା ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ସହ ନିୟମିତ ଚିକିସôା କରିବା ଆବଶ୍ୟକ  । 
ତେବେ ହାର୍ଟ ଫେଲିୟର କ'ଣ ଓ ଏହା କାହିଁକି ହୁଏ ? ଜାଣନ୍ତି 
"ହାର୍ଟ ଫେଲିୟର ହେଉଛି ଏକ ରୋଗ ଯେଉଁଥିରେ ହାର୍ଟ ପର୍ଯ୍ୟାପ୍ତ ମାତ୍ରାରେ ପମ୍ପିଙ୍ଗ୍ କରିପାରେ ନାହିଁ  । ଶରୀରରେ ରକ୍ତ ସଞ୍ଚାଳନ କମିଯାଏ ଓ ଅଙ୍ଗ ପ୍ରତ୍ୟଙ୍ଗଗୁଡିକୁ ଯଥେଷ୍ଟ ପରିମାଣରେ ରକ୍ତ ପହଞ୍ଚିପାରେ ନାହିଁ  । ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡିବା ଫଳରେ ଏଭଳି ଅବସ୍ଥା ହୋଇଥାଏ  । 
ହାର୍ଟ ଫେଲିୟର ମୁଖ୍ୟ କାରଣ ହେଉଛି କୋରୋନାରୀ ଆଟେରୀ ଡିଜିଜ୍ , ଯେଉଁଥିରେ ହୃଦୟକୁ ରକ୍ତ ଏବଂ ଅମ୍ଳଜାନ ସଂଚାଳନ କରୁଥିବା ରକ୍ତବାହୀ ନଳୀଗୁଡିକ ସଙ୍କୁଚିତ ହୋଇଯାଇଥାନ୍ତି  । ଏହାର ଆହୁରି ଅନେକ କାରଣ ମଧ୍ୟ ରହିଛି । 
ହାର୍ଟରେ ବ୍ଲକେଜ,  ହାର୍ଟର ମାଂସପେଶୀ ଦୁର୍ବଳ ହୋଇଯିବା , ହାର୍ଟ ଭାଲବରେ ସମସ୍ୟା ରହିବା , ମାଦକ ଦ୍ରବ୍ୟ, ମଦ୍ୟପାନ ସେବନ , ଧୂମ୍ରପାନ ଅନିୟମିତ ହୃଦସ୍ପନ୍ଦନ ।
ଜାଣନ୍ତୁ କ’ ଣ ଏହାର ଲକ୍ଷଣ? 
ଟିକିଏ କାମ କଲେ, ଚାଲିଲେ କିମ୍ବା ସିଡି ଚଢିବା ବେଳେ ଧଇଁସଇଁ ଲାଗିବା , ନିଦ୍ରା ସମସ୍ୟା, ରାତିରେ ବାରମ୍ବାର ନିଦ ଭାଙ୍ଗିବା, ଶୋଇବା ଅପେକ୍ଷା ବସିବାକୁ ଭଲ ଲାଗିବା,  ହାତ ଗୋଡ ଫୁଲିଯିବା କିମ୍ବା ପାଣି ଜମା ହେବା , ବେଳେବେଳେ ପେଟ ଓ ମୁହଁ ଫୁଲିବା, କମ୍ ପରିସ୍ରା ହେବା ମଧ୍ୟ ହାର୍ଟ ଫେଲିୟରର ଲକ୍ଷଣ ହୋଇପାରେ । 
  ଯଦି ଏଭଳି ଲକ୍ଷଣଗୁଡିକ ଦେଖାଯୋଏ  ତେବେ ସଙ୍ଗେ ସଙ୍ଗେ ହୃଦରୋଗ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ  । ଏହାର ତୁରନ୍ତ ପ୍ରତିକାର ଆବଶ୍ୟକ । ହାର୍ଟ ପମ୍ପିଙ୍ଗ କମ୍ ଜନିତ ସମସ୍ୟା ଲାଗି ଆଜିକାଲି ଭଲ ମେଡିସିନ ଉପଲବ୍ଧ ହେଲାଣି  । ଏହାଛଡା ସିଆରଟି  ଡିଭାଇସ୍ ଭଳି ବିଭିନ୍ନ ଡିଭାଇସ ଦ୍ୱାରା ପମ୍ପିଙ୍ଗ ବଢାଯାଇ ପାରିବ  । ନଚେତ୍ କାର୍ଡିଆ ଟ୍ରାନ୍ସପ୍ଲାଣ୍ଟ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଉଛି   ।