କେଶ ଝଡୁଥିଲେ ଏହି ଉପାୟ ଆପଣାନ୍ତୁ

କେଶ ଝଡୁଥିଲେ ଏହି ଉପାୟ ଆପଣାନ୍ତୁ

କେଶ କୁଣ୍ଡାଇବା ସମୟରେ ଆମେ କେତୋଟି ଭୁଲ୍‌ କରିଥାଉ,ଯାହା ଆମ କେଶ ଝଡ଼ିବାରେ ସମସ୍ୟା ହୋଇଥାଏ। ଆସନ୍ତୁ, ଜାଣିବା ଠିକ୍‌ ଉପାୟରେ କିପରି ମୁଣ୍ଡ କୁଣ୍ଡାଇଲେ କେଶ ଝଡ଼ିବ ନାହିଁ।

ଓଦା କେଶକୁ କୁଣ୍ଡାନ୍ତୁ ନାହିଁ: ଓଦା କେଶ ବହୁ ଦୁର୍ବଳ ହୋଇଥାଏ। ଏହି ସମୟରେ କେଶକୁ ଜମାବି କୁଣ୍ଡାନ୍ତୁ ନାହିଁ। ଯଦି କେଶ ଓଦା ଥିବା ସମୟରେ ଏହାକୁ ସଜାଡ଼ିବାକୁ କୁଣ୍ଡାନ୍ତି ତେବେ ଏହା ଶୀଘ୍ର ଝଡ଼ିବା ଆରମ୍ଭ କରିଥାଏ। ଏଥିପାଇଁ କେଶ ଶୁଖିଲା ପରେ ମୁଣ୍ଡ କୁଣ୍ଡାନ୍ତୁ।

ଅପରିଷ୍କାର ପାନିଆରେ ମୁଣ୍ଡ କୁଣ୍ଡାନ୍ତୁନାହିଁ:  ଅପରିଷ୍କାର ପାନିଆରେ ବ୍ୟାକ୍ଟେରିଆ ଥାନ୍ତି। ଯେତେବେଳେ ଏହି ଅପରିଷ୍କାର ପାନିଆ ବ୍ୟବହାର କରାଯାଏ ତେବେ ଏଥିରେ ଥିବା ବ୍ୟାକ୍ଟେରିଆ ସ୍କାଲ୍ପରେ ସଂକ୍ରମଣ ସୃଷ୍ଟି କରନ୍ତି। ଫଳରେ କେଶ ନିସ୍ତେଜ ହେବା ସହ ଝଡ଼ିବାକୁ ଲାଗିଥାଏ।

କେଶକୁ ଟାଣିବାରୁ ଦୂରେଇ ରୁହନ୍ତୁ: ଅଡୁଆତଡୁଆ ହୋଇଥିବା କେଶକୁ ଜବରଦସ୍ତି ଟାଣିବା ଦ୍ୱାରା ମୂଳ ଦୁର୍ବଳ ହୋଇଯାଏ। ଏଥିପାଇଁ ଧୀରେ ଧୀରେ କେଶକୁ ସଜାଡ଼ିବାକୁ ଚେଷ୍ଟାକରନ୍ତୁ।

କେଶ ମୂଳରୁ କୁଣ୍ଡାନ୍ତୁ ନାହିଁ: କେଶକୁ କୁଣ୍ଡାଇବା ସମୟରେ ସ୍କାଲ୍ଫରୁ ଆରମ୍ଭକରି କେଶକୁ ଟାଣିବା କେଶ ପାଇଁ କ୍ଷତିକାରକ। ଏହା କେଶ ମୂଳକୁ ଦୁର୍ବଳ କରିବା ସହ ହେୟାରଫଲ୍‌ ହୋଇଥାଏ। ଧୀରେ ଧୀରେ କେଶ କୁଣ୍ଡାନ୍ତୁ।

 କେଶ ପାଇଁ ଭଲ ପାନିଆ ଚୟନ କରନ୍ତୁ। କେବେହେଲେ ଦାନ୍ତ ଭାଙ୍ଗିଯାଇଥିବା ପାନିଆ ବ୍ୟବହାର କରନ୍ତୁ ନାହିଁ। ଏପରି ପାନିଆ କେଶକୁ କ୍ଷତି ପହଞ୍ଚାଇପାରନ୍ତି। ସବୁବେଳେ ସଫ୍ଟ ଦାନ୍ତ ଥିବା ପାନିଆ କିମ୍ବା ଚଉଡ଼ା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ବାରମ୍ବାର ମୁଣ୍ଡ କୁଣ୍ଡାଇବାଠାରୁ ଦୂରେଇ ରୁହନ୍ତୁ।  ଦିନରେ କେବଳ ୧-୨ଥର ହାଲୁକା ହାତରେ ମୁଣ୍ଡ କୁଣ୍ଡାଇବା ଯଥେଷ୍ଟ।