କାଲିଠୁ ତାତି ବଢିବ ,ଶୀଘ୍ର ଆସିବ ମୌସୁମୀ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ବଢ଼ିବ ପାରଦ। ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟର କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ ।
ଆଗାମୀ ପାଞ୍ଚଦିନ ପର୍ୟ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୯୨.୮ ମିମି ସର୍ବାଧିକ ନୟାଗଡ଼ର ରାମପୁର ଏବଂ କେନ୍ଦ୍ରାପଡା ରାଜନଗରରେ ୭୮ ମିମି ବର୍ଷା ରେକର୍ଡ଼ କରାଯାଇଛି । ୩୧ ତାରିଖ ପର୍ୟ୍ୟନ୍ତ ଏମିତି ସ୍ଥିଥି ରହିବ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଏଥର ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ ।