ରାସ୍ତାରେ ପାଉଁଶ ଗଦା, ଧୂଳିଧୂଆଁରେ ଅଣନିଶ୍ୱାସୀ ଲୋକେ

ଛେଣ୍ଡିପଦା:  ଅନୁଗୋଳ ଜିଲ୍ଲା କଣିହାଁ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲର ପାଉଁଶ ନେଇ ଛେଣ୍ଡିପଦା ଠାରୁ ଆରମ୍ଭ କରି କଣିହାଁ, ତାଳଚେର ଅଶାନ୍ତ ହେବାରେ ଲାଗିଛି । ରାସ୍ତାରେ ପାଉଁଶ ଗଦା ହୋଇଥିବାରୁ ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ସାମାନ୍ୟ ପବନ ହେଲେ ପାଉଁଶ ଗୁଡିକ ଉଡି ଲୋକେ ଅଣନିଶ୍ୱାସୀ ହୋଇ ପଡୁଛନ୍ତି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବଂ ଆଗାମୀ ଦିନରେ ଏକ ବଡଧରଣର ଆନେ୍ଦାଳନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରକାଶ ଯେ, ଜେଆଇଟିପିଏଲ କଣିହାଁ ବିଭିନ୍ନ ସ୍ଥାନରେ ଥିବା ଗାଢ଼ା ଜାଗାକୁ ପାଉଁଶ ପକାଇ ସେହି ଗାଢ଼ାକୁ ସମାନ କରି ତା’ ଉପରେ ମାଟି ପକାଇବା ପାଇଁ ଟ୍ରାନ୍ସପୋର୍ଟର ବ୍ୟବହାର କରୁଛି । ଏବଂ ସେମାନଙ୍କୁ ସବୁ ମାସିକିଆ ଟନ୍ ଓଭର୍ ଟାର୍ଗେଟ ଦିଆଯାଉଛି ଯେତେ ଟନ୍ ଓଭର ଅଧିକା ହେବ ତାକୁ ସେତେ ଟଙ୍କା ମିଳିବ ବୋଲି କୁହାଯାଉଛି । ତେଣୁ ଟ୍ରାନ୍ସପୋର୍ଟରମାନେ ଅଧିକା ଟଙ୍କା ଆଶାରେ ରାସ୍ତାଘାଟ ଯେଉଁଠି ସୁବିଧା ରହିଛି ସେଠାରେ ପାଉଁଶ ପକାଇ ପଳାଉଛନ୍ତି । ସର୍ବସାଧାରଣ ନିମନ୍ତେ ଉର୍ଦ୍ଧିଷ୍ଟ ରାସ୍ତାରେ ପାଉଁଶଗୁଣ୍ଡ ପଡି ଲୋକେ ନାହିଁ ନ ଥିବାର ସମ୍ମୁଖିନ ହେବା ସହିତ ଅଣନିଶ୍ୱାସୀ ହୋଇପଡୁଛନ୍ତି । ହେଲେ ଏଥିପ୍ରତି ନା ଜେଆଇଟିପିଏଲ କର୍ତ୍ତୃପକ୍ଷ କିମ୍ବା ବ୍ଲକ କି ଜିଲ୍ଲା ପ୍ରଶାସନ କିମ୍ବା ପୋଲୁସନ କଣ୍ଟ୍ରୋଲ ବୋର୍ଡର ଦୃଷ୍ଟି ପଡୁଥିବା ଅଭିଯୋଗ ହୋଇଛି । ତେବେ ସନ୍ତ୍ରରବନ୍ଧରେ ଥିବା ଏକ ପଡିଆରେ ପାଉଁଶ ଗଦା ଗଦା ହୋଇ ଥିବାବେଳେ ତା’ପରେ ମାଟି ପକାଇବା ପାଇଁ ଜେଆଇଟିପିଏଲ କଣିହାଁରୁ ଟେଣ୍ଡର ନେଇଥିବା ଟ୍ରାନ୍ସପୋର୍ଟର କୁଆଡେ ମାଟି ପକାଇନାହିଁ । ତେଣୁ ଟିକେ ପବନ ବହିବା ଆରମ୍ଭ ହେଲେ ପାଉଁଶ ଉଡ଼ି ନାହିଁ ନ ଥିବା ପ୍ରଦୂଷଣ ହେଉଥିବା ବେଳେ ଅଭିଯୋଗ କଲେ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଏଥିଯୋଗୁଁ ସନ୍ତ୍ରରବନ୍ଧ୍ ଗ୍ରାମରେ ପାଉଁଶ ପରିବହନ କରୁଥିବା ଗାଡିକୁ ମଝିରେ ମଝିରେ ଅଟକାଇ ରଖୁଛନ୍ତି । ତେବେ ଟ୍ରାନ୍ସପୋର୍ଟରମାନେ ଦୂର ରାସ୍ତାକୁ ନେବା ପାଇଁ ଜେଆଇଟିପିଏଲ କଣିହାଁରୁ ପାଉଁଶ ପାଇଁ ଅଧିକ ଟଙ୍କା ନେ ଥିବାବେଳେ ଆଖ ପାଖ ଇଟା ତିଆରି କରିବା କାରଖାନାରେ ବିକ୍ରି କରି ଉଭୟ ପକ୍ଷରୁ ବେନିଫିଟ୍ ପାଉଥିବା ବେଳେ ଜେଆଇଟିପିଏଲ କଣିହାଁର ପରିଚାଳନା କମିଟି ସଦସ୍ୟ ଏହାକୁ ଜାଣି ଶୁଣି ପ୍ରୋତ୍ସାହନ କରୁଥିବା ଅଭିଯୋଗ ହୋଇଛି ।  ଅନ୍ୟପକ୍ଷେ ସରକାରଙ୍କ ନିଦେ୍ର୍ଦଶକୁ ଅବମାନନା କରି ମାଗଣାରେ ଇଟା ତିଆରି କରିବା କାରଖାନାରେ ପାଉଁଶ ନ ଯୋଗାଇ ମନଇଚ୍ଛା ପାଉଁଶ ଯୋଗାଉଥିବାରୁ ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାରଙ୍କ ଚିଠି ନମ୍ୱର ଏମଏସଏମଇ ପଏମ୍ଆଇ ଏସସିପ ପିଜି ୦୦୦୧୨୦୨୦ ୪୯୯/ଏମଏସଏମଇ ତା ୧୮/୧/୨୦୨୫ ରେ ଏମଏସଏମଇର ଡାଇରେକ୍ଟର କଟକକୁ ପାଉଁଶ ଇଟା ତିଆରି କରିବା କାରଖାନାରେ ପାଉଁଶ କାହିଁକି ଆଗ୍ରହୀ ହେଉ ନ ଥିବା ଅଭିଯୋଗ ସହିତ ଚିଠି ହୋଇଛି । ଏହାର କପି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ନମ୍ୱର ୫୦୦/ଏମ ଏସ ଏମଇ ତା ୧୮/୧/୨୦୨୫ରେ ହୋଇଥିବା ବେଳେ ମଧ୍ୟ ଜେଆଇଟିପିଏଲ କଣିହାଁର ପାଉଁଶ ଯୋଗାଇ ଦେବା ଦାୟିତ୍ୱରେ ଥିବା ଟ୍ରାନ୍ସପୋର୍ଟର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ତେବେ ଜେଆଇଟିପିଏଲ କଣିହାଁର ପାଉଁଶ ବ୍ୟବସାୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମନମୁଖୀ ତଥା ପରିଚାଳନାଗତ ତ୍ରୁଟି ଓ ନିଷ୍ପତ୍ତି ଯୋଗୁଁ ରାସ୍ତା ଅବରୋଧ ସହିତ ପ୍ରଦୂଷଣ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଥିବା ଇଟା ତିଆରି କାରଖାନା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହା ଉପରେ ଜେଆଇଟିପିଏଲ କଣିହାଁର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।