ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା
ପୁଣି ଥରେ ବଭାରତ-ବାଳାଂଦେଶ ବର୍ଡରେ ଦେଖିବାକୁ ମିଳିଛି ଉତ୍ତେଜନା । ପଶ୍ଚିମବଙ୍ଗର ମାଲଦା ଜିଲ୍ଲା କୁ ଲାଗି ବାଂଲାଦେଶର ସୁଖଦେବପୁର ସୀମାରେ ଶନିବାର କିଛି ଲୋକ ସୀମା ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଂଲାଦେଶୀ ନାଗରିକମାନଙ୍କୁ ସୁଖଦେବପୁର ବାସିନ୍ଦା ଘଉଡ଼ାଇ ଥିଲେ। ଏହାପରେ ବାଂଲାଦେଶ ପଟରୁ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଏସଏଫ ଲୁହବୁହା ଗ୍ୟାସ ସେଲ ପ୍ରୟୋଗ କରିଥିଲା । ଗତ କିଛି ଦିନ ମଧ୍ୟରେ ବାଂଲାଦେଶ ସୀମା ଦେଇ ଭାରତରେ ପ୍ରବେଶ କରିବାକୁ ଅନେକ ଥର ଉଦ୍ୟମ କରୁଛନ୍ତି ଅନୁପ୍ରବଶେ କାରୀ । ସୁଖଦେବପୁର ସୀମାରେ ଦେଢ଼ କିଲୋମିଟର ପର୍ୟ୍ୟନ୍ତ କୌଣସି ବାଡ଼ ନାହିଁ। ଯେତେବେଳେ ବିଏସ୍ଏଫ୍ କଣ୍ଟାତାର ଲଗାଇବାକୁ ଚେଷ୍ଟା କରିଥିଲା, ବାଂଲାଦେଶ ବର୍ଡର ଫୋର୍ସ ଏହାକୁ ଅଟକାଇ ଦେଇଥିଲା। ଅନ୍ୟପକ୍ଷରେ ମାଟିରେ ସୁଡ଼ଙ୍ଗ ଖୋଳା ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଶୁକ୍ରବାର ରାତିରୁ ସୀମାରେ ଉତ୍ତେଜନା ଲାଗି ରହିଛି। ଅନ୍ୟପକ୍ଷରେ ବିଏସଏଫ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ୧୧୯ତମ ବାଟାଲିୟନ ସୁଖଦେବପୁରର ସୀମାନ୍ତ ପୋଷ୍ଟରେ ଭାରତ ଓ ବାଂଲାଦେଶୀ କୃଷକଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ସବୁଦିନ ଭଳି କିଛି ଭାରତୀୟ କୃଷକ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ନିଜ କ୍ଷେତରେ କାମ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି।ପରସ୍ପର ଉପରକୁ ପଥର ଫିଙ୍ଗିଥିବା ଅଭିଯୋଗ, ସେପଟେ ଭାରତୀୟ କୃଷକମାନେ ସୀମାପାର ଜମିରେ କାମ କରୁଥିବା ବାଂଲାଦେଶୀ କୃଷକମାନେ ଫସଲ ଚୋରି କରୁଥିବା ଅଭିଯୋଗ ଆଣିବା ପରେ ଦୁଇ ଦେଶର କୃଷକଙ୍କ ମଧ୍ୟରେ ପାରସ୍ପରିକ ବିତର୍କ ଆରମ୍ଭ ହୋଇଥିଲା । ଉଭୟ ପକ୍ଷର କୃଷକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ପରସ୍ପରକୁ ଗାଳିଗୁଲଜ ଓ ପଥର ମାଡ଼ କରିବା ଆରମ୍ଭ କରିବା ପରେ ଘଟଣା ଆହୁରି ବଢିଯାଇଥିଲା।