ସୁନ୍ଦରଗଡ଼ ବଣାଇରେ ୪ ବର୍ଷର ଝିଅକୁ ହତ୍ୟା ଅଭିଯୋଗ: ୨ ଦିନ ପରେ ପାଣିରୁ ମିଳିଲା ମୃତଦେହ

 ସୁନ୍ଦରଗଡ଼ ବଣାଇ ଜଡା ଗାଁରେ ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ । ଚାଷ ଜମିରେ ଥିବା ନାଳରୁ ମିଳିଲା ଶିଶୁକନ୍ୟାର ମୃତଦେହ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପଡ଼ୋଶୀ ଦମ୍ପତିଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ୨ ଦିନ ତଳେ ରାଜୁ ମୁଣ୍ଡାଙ୍କ ୪ ବର୍ଷର ଝିଅ ଦୀପାଳି ନିଖୋଜ ହୋଇଯାଇଥିଲେ । ଖେଳିବା ପାଇଁ ଘରୁ ବାହାରକୁ ଯାଇ ସନ୍ଧ୍ୟା ପର୍ୟ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ପତ୍ତା ମିଳି ନଥିଲା । ତେବେ ଚାଷ ଜମିରେ ଥିବା ନାଳରେ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ତେବେ ପଡ଼ୋଶୀ ଦମ୍ପତି ଝିଅକୁ ହତ୍ୟା କରିଥିବା ବାପା ଅଭିଯୋଗ କରିବା ପରେ ପୋଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।