ଗିରଫ ହେବେନି ଜଗା, ଛୁଟିରେ ରହିବେ ଅଫିସର

jagannath pradhan

ଗିରଫ ହେବେନି ଜଗା, ଛୁଟିରେ ରହିବେ ଅଫିସର

ଭୁବନେଶ୍ୱର : ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନକଲେ ଆମେ କାର୍ଯ୍ୟରେ ଯୋଗଦେବୁ ନାହିଁ  । ଓଏଏସ ସଂଘ ଏବେବି ଏମିତି ଦାବିରେ ଅଟଳ ରହିଛି  । ସେପଟେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସଂକେତ ଦିଆଯାଇଛି  । ବିଶେଷକରି କେଉଁ ପ୍ରମାଣ ଆଧାରରେ ଜଗାଙ୍କୁ ଗିରଫ କରାଯିବ ବୋଲି ପରୋକ୍ଷରେ ପ୍ରଶ୍ନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  । ବିନା ପ୍ରମାଣରେ ଗିରଫ କରାଗଲେ ତାହାକୁ କୋର୍ଟ ଗ୍ରହଣ କରିବ ନାହିଁ  । ଅପରପକ୍ଷରେ ଓଏଏସ ସଂଘ ଏବେବି ନିଜ ଜିଦରେ ଅଟଳ ରହିଛି  । ଆନ୍ଦୋଳନ ପୂର୍ବଭଳି ଜାରିରହିବ ବୋଲି ଜାଣିବାକୁ ମିଳିଛି  ।

ଏପଟେ ଓଏଏସ ସଂଘର ଆନ୍ଦୋଳନ ଆଉ ସେପଟେ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିକୁ ନେଇ ରାଜ୍ୟ ରାଜନୀତି ଓ ପ୍ରଶାସନ ସରଗରମ ହୋଇଯାଇଛି  । ଓଏଏସ ଓ ଓଆରଏସ ଅଧିକାରୀମାନେ ଆନ୍ଦୋଳନ କରୁଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି  । ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତିଯେ, ଏହି ଘଟଣାରେ ଅଫିସରଙ୍କ ଉଦବେଗ ସହ ସରକାର ଅଛନ୍ତି  । କୌଣସି ଅଧିକାରୀ ବାହାରିବା ପୂର୍ବରୁ ସେ ଅତିରିକ୍ତ ତହସିଲଦାରଙ୍କ ସହ ଥିଲେ  । ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ ଉଦବେଗକୁ ସରକାର ଗ୍ରହଣ କରୁଛନ୍ତି  । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି  । ସେମାନଙ୍କୁ ବିଜେପି ମଧ୍ୟ ଦଳରୁ ନିଲମ୍ବିତ କରିଛି  । ବିନା ପ୍ରମାଣରେ ପ୍ରଚ୍ଛଦପଟରେ କିଏ ଅଛି ତାଙ୍କୁ ଗିରଫ କଲେ କୋର୍ଟ ଗ୍ରହଣ କରିବେନାହିଁ  । ସରକାରଙ୍କ ପାଖରେ ପ୍ଳାନ-୧,୨ ଓ ୩ ରହିଛି  ।