କେଜ୍ରିୱାଲଙ୍କୁ ଏକଜିଟ୍ ପୋଲ ଝଟକା, ଜାଣନ୍ତୁ କ’ଣ ଆସିଛି ସର୍ଭେ ରିପୋର୍ଟ
kejriwal

ଭୁବନେଶ୍ୱର : ପିପୁଲସ ପଲସ-କୋଡେ଼ମାର ଆକଳନ ଅନୁଯାୟୀ, ଆପକୁ ମାତ୍ର ୧୦ରୁ ୧୯ ଆସନ ମିଳିବ । ଯେତେବେଳେକି ବିଜେପିକୁ ୫୧ରୁ ୬୦ ଆସନ ମିଳିବାର ଥିବାବେଳେ କଂଗ୍ରେସ ଖାତା ଖୋଲିପାରିବ ନାହିଁ । ସେହିପରି ପିପୁଲସ ଇନସାଇଟ୍ ଅନୁଯାୟୀ, ଆପକୁ ୨୫ରୁ ୨୯ ଓ ବିଜେପିକୁ ୪୦ରୁ ୪୪ ଆସନ ମିଳିବ । ଅପରପକ୍ଷରେ ପି ମାର୍କର ଆକଳନ କହୁଛି, ଆପକୁ ୨୧ରୁ ୩୧ ଏବଂ ବିଜେପିକୁ ୩୯ରୁ ୪୯ ଆସନ ମିଳିବ ।
ମାଟ୍ରିଜର ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି ୩୨ରୁ ୩୭ ଆସନ ପାଇବ । ସେହିପରି ବିଜେପିକୁ ମିଳିବ ୩୫ରୁ ୪୦ ଆସନ । ଯେତେବେଳେକି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ । ଅପରପକ୍ଷରେ ଜେଭିସି ପୋଲର ଆକଳନ ଅନୁଯାୟୀ, ଆପକୁ ୨୨ରୁ ୩୧ ଆସନ ମିଳିବାର ଥିବାବେଳେ ବିଜେପିକୁ ୩୯ରୁ ୪୫ ଓ କଂଗ୍ରେସକୁ ୨ ଆସନ ମିଳିବ ବୋଲି ଆକଳନ କରାଯାଇଛି ।