ଦିଲ୍ଲୀରେ ସରକାର ଗଢ଼ିବ ବିଜେପି

delhi election

ଦିଲ୍ଲୀରେ ସରକାର ଗଢ଼ିବ ବିଜେପି

ଭୁବନେଶ୍ୱର : ମାଟ୍ରିଜର ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି ୩୨ରୁ ୩୭ ଆସନ ପାଇବ  । ସେହିପରି ବିଜେପିକୁ ମିଳିବ ୩୫ରୁ ୪୦ ଆସନ  । ଯେତେବେଳେକି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ  । ଅପରପକ୍ଷରେ ଜେଭିସି ପୋଲର ଆକଳନ ଅନୁଯାୟୀ, ଆପକୁ ୨୨ରୁ ୩୧ ଆସନ ମିଳିବାର ଥିବାବେଳେ ବିଜେପିକୁ ୩୯ରୁ ୪୫ ଓ କଂଗ୍ରେସକୁ ୨ ଆସନ ମିଳିବ ବୋଲି ଆକଳନ କରାଯାଇଛି  ।

ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି  । ଆସିଯାଇଛି ଏକଜିଟ୍‌ ପୋଲ୍‌  । ଦିଲ୍ଲୀରେ ଆପ୍‌କୁ ଝଟକା ଲାଗିବ  । ସେଠାରେ ବିଜେପି ସରକାର ଗଢ଼ିବ  । ସବୁ ଏକଜିଟ୍‌ ପୋଲ୍‌ ଏଭଳି ଭାବେ ଆକଳନ କରିଛନ୍ତି  । ଯାହାଫଳରେ ଦିଲ୍ଲୀରେ ଆପ୍‌ ରାଜ୍‌ ଶେଷ ହେବବୋଲି କୁହାଯାଉଛି  । ତେବେ ଅତୀତରେ ଏକଜିଟ୍‌ ପୋଲ ଏକଜାଟ ପୋଲ ହୋଇନାହିଁ  । କିନ୍ତୁ ଚଳିତ ଥର ଏକଜିଟ୍‌ ପୋଲ ବିଜେପି ସପକ୍ଷରେ ହିଁ ଭୋଟ୍‌ ହେବବୋଲି କହିଛନ୍ତି  । କୌଣସି ଗୋଟିଏ ବି ଏକଜିଟ୍‌ ପୋଲରେ ଆପ୍‌ ଆଗରେ ଥିବା ମନେ ହେଉନାହିଁ  ।