ଏହି ଦିଗରେ ରଖିଲେ ଖାଦ୍ୟ ରହେ ତାଜା
kitchen
ଖାଦ୍ୟ ପଦାର୍ଥ କେଉଁଠି ରଖିବ : ରନ୍ଧା ଖାଦ୍ୟ ପଦାର୍ଥ ରଖିବା ପାଇଁ ଉତ୍ତର-ପଶ୍ଚିମ ଦିଗ ଖୁବ୍ ଭଲ । ଏହି ଦିଗରେ ଖାଦ୍ୟ ସାମଗ୍ରୀ ରଖିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଜା ରହିଥାଏ । ରୋଷେଇ ଘରର ଦଣିକ୍ଷ ବା ପଶ୍ଚିମ ଦିଗରେ ଅନ୍ନ ରଖିବା ଉଚିତ । ଏହାଦ୍ୱାରା କେବେ ବି ଘରେ ଅନ୍ନର ଅଭାବ ରହିବ ନାହିଁ ।
ମସଲା ରଖିବା ଦିଗ : ଦକ୍ଷିଣ-ପୂର୍ବ ଦିଗରେ ମସଲା ରଖିବା ପାଇଁ ଅତ୍ୟନ୍ତ ଉତ୍ତମ । ଦକ୍ଷିଣ-ପଶ୍ଚିମ ଦିଗରେ ମସଲା ରଖିପାରିବେ ।
ଉତ୍ତର-ପୂର୍ବ : ଆପଣ ଉତ୍ତର- ପୂର୍ବ ଦିଗରେ ଡାଲି ରଖିପାରିବେ । ଏହି ଦିଗ ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ । ପୂର୍ବ: ପୂର୍ବ ଦିଗରେ ମଧ୍ୟ ଡାଲି ରଖିବା ସକାରାତ୍ମକ ପ୍ରଭାବ ପଡିଥାଏ ।
ତେଲ ରଖିବା ଦିଗ : ଦକ୍ଷିଣ-ପୂର୍ବ ଦିଗରେ ତେଲ ରଖିବା ଖୁବ୍ ଭଲ । କାରଣ ଏହି ଦିଗ ଅଗ୍ନି ତତ୍ତ୍ୱର ଦିଗ ଅଟେ । ତେଲ ଓ ଅନ୍ୟ ଅଗ୍ନି ସମ୍ବନ୍ଧୀୟ ସାମଗ୍ରୀ ପାଇଁ ବିଶେଷ ଉପଯୁକ୍ତ ।
ଘରର ଉତ୍ତର-ପୂର୍ବ ଦିଗରେ କିଚେନ ୱାସ୍ ବେସିନ ରହିବା ଉଚିତ । କାରଣ ଜଳ ତତ୍ତ୍ୱ ଅନୁସାରେ ଏହି ଦିଗରେ କିଚେନ ସିଙ୍କ ରହିବା ଦ୍ୱାରା ଧନ ସମୃଦ୍ଧି ବୃଦ୍ଧି ଘଟିଥାଏ ।