ସମୟ ମାଗିଲେ ଲବ, କାହିଁକି ଜାଣନ୍ତୁ ?

lab hansda

ସମୟ ମାଗିଲେ ଲବ, କାହିଁକି ଜାଣନ୍ତୁ ?

ଭୁବନେଶ୍ୱର : ଲୋକପ୍ରିୟ ୟୁଟ୍ୟୁବର ଲବ ହାଁସଦା ଏବେ ଅକଳରେ ପଡ଼ି ଯାଇଛନ୍ତି  । ପ୍ରେମିକାଙ୍କ ଆତ୍ମହତ୍ୟା ନେଇ ତାଙ୍କୁ ହିଁ ଦାୟୀ କରାଯାଉଛି  । ତାଙ୍କ ପ୍ରେମିକାଙ୍କ ଭାଇ ଏନେଇ ଥାନାରେ ବି ଅଭିଯୋଗ କରିଛନ୍ତି  । ଲବ ଲୁଚିକି ରହିଥିବା କୁହାଯାଉଥିବାବେଳେ ଆଜି ସେ ଏନେଇ ମୁହଁ ଖୋଲିଛନ୍ତି  ।

ଲବ କହିଛନ୍ତିଯେ, ଏବେ ସେ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି  । ଏଭଳି ସମୟରେ ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ଓ ସହଯୋଗ ମୋ ପାଇଁ ବହୁତ କିଛି  । ମୋତେ ଏନେଇ ଅନେକ ପ୍ରଶ୍ନ ଓ ଗୁଜବ ବି ହେଉଛି  । ଖୁବଶୀଘ୍ର ମୁଁ ସତକୁ ସାମ୍ନାକୁ ଆଣିବି  । ଏହାର ତଥ୍ୟ ପ୍ରମାଣ ମଧ୍ୟ ଦେବି  । ମୋତେ ଟିକେ ସମୟ ଦିଅନ୍ତୁ ବୋଲି ଲବ କହିଛନ୍ତି  ।