ଦୁର୍ଘଟଣାରେ ୩ ଓଡିଆ ଶ୍ରମିକ ମୃତ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର : ଛତିଶଗଡ ବକାୱଣ୍ଡ ସ୍ଥିତ ରାଜନଗର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପିକଅପ୍ ଭ୍ୟାନ୍ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ୩ ଜଣ ଓଡିଆ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ମୃତାହତଙ୍କ ଘର ନବରଙ୍ଗପୁର କୋଷାଗୁମୁଡା ଅଞ୍ଚଳରେ ବୋଲି ଜଣାଯାଇଛି । ମୃତକମାନେ ହେଲେ କୋଷାଗୁମୁଡା କେରା ଗାଁର ପୂର୍ଣ୍ଣି ଭତ୍ରା, ଶିରିଗୁଡା ଗାଁର ଧନାଇ ଭତ୍ରା ଓ ଦୟାବତୀ ସରାବୁ । ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ଡିମରାପାଲ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସମସ୍ତ ଶ୍ରମିକ ଛତିଶଗଡକୁ କୃଷି କାର୍ଯ୍ୟ ପାଇଁ ଯାଇଥିଲେ । କାମ ସାରି ପିକଅପ୍ ଭ୍ୟାନରେ ଫେରିବା ବାଟରେ ସେମାନଙ୍କର ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିସôାଧୀନ ଅବସ୍ଥାରେ ୩ ଜଣଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟପକ୍ଷରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମେଡିକାଲ ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।