କେମିତି ପାଇବେ ମୋବାଇଲ୍ ରୁ ମୁକ୍ତି ?

କେମିତି ପାଇବେ ମୋବାଇଲ୍ ରୁ ମୁକ୍ତି ?

କେବଳ ଯୋଗାଯୋଗର ମାଧ୍ୟମ ପାଇଁ ତିଆରି ହୋଇଥିବା ମୋବାଇଲ୍ ବର୍ତମାନ ବିଶ୍ୱର ସବୁ ବ୍ୟବହାରକୁ ନିଜ କବଳକୁ ନେଇଯିବାକୁ ବସିଲାଣି । ସୋସିଆଲ ନେଟୱାର୍କ, ଚଳଚ୍ଚିତ୍ର, ଖେଳ, ମନୋରଂଜନ ,ବ୍ୟାଙ୍କିଙ୍ଗ ଇତ୍ୟାଦି ସବୁ ବିଷୟ ଆଜି ମୋବାଇଲରେ ଉପଲବ୍ଧ ।

ବିପଦ :  ଅନାବଶ୍ୟକ ଭାବେ ସରଫିଙ୍ଗ କରିବା ଦ୍ଵାରା ସମୟର ଅପଚୟ ସହ ବେଳେବେଳେ ବିପଦପୂର୍ଣ ସାଇଟ ଦ୍ଵାରା ଭାଇରସ ଯୋଗୁଁ ଆର୍ଥିକ ଠକେଇରେ ପଡିବାର ସମ୍ଭାବନା ଥାଏ । ସାମାଜିକ ଗଣମାଧ୍ୟମରେ ଅଜଣା ଲୋକଙ୍କ ସହ ବନ୍ଧୁତା କରିବା ଯେତିକି ମଜାଦାର ସେତିକି ବିପଦପୂର୍ଣ ମଧ୍ୟ । ନଜାଣି ନଶୁଣି ଆମେ ଲୋକଙ୍କ ଫାସରେ ପଡ଼ିଥାଉ ଏବଂ ଅଜାଣତରେ ବିପଦକୁ ଠେଲି ହେଇଯାଉ । ରାସ୍ତାରେ ଚାଲୁଥିବା ସମୟରେ ଇୟରଫୋନ୍ ବ୍ୟବହାର ଯୋଗୁଁ ଆମକୁ ଯିବାଆସିବା କରୁଥିବା ଗାଡି ଶବ୍ଦ ଶୁଣିବାରେ ଅସୁବିଧା ହୋଇଥାଏ ଏବଂ ଦୁର୍ଘଟଣା ଘଟିବାର ସମ୍ଭାବନା ବହୁତ ବଢିଯାଇଥାଏ । ସେହିପରି ଅଫିସରେକାମ କରିବା ସମୟରେ ଇୟରଫୋନ୍ ବ୍ୟବହାର କାମ କରିବାର କ୍ଷମତାକୁ ହ୍ରାସ କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଆଜିକାଲି ପ୍ରାୟ ପିତାମାତା ମାନଙ୍କର ଅଭିଯୋଗ ଯେ ପିଲାମାନେ ମୋବାଇଲ ଯୋଗୁଁ ଠିକରେ ଉତ୍ତର ଦେଉନାହାନ୍ତି । ଆମକୁ ଏହାପରି ଅନେକ ସମସ୍ଯା ମୋବାଇଲ ଯୋଗୁ ସାମନା କରିବାକୁ ପଡୁଛି ।

କେମିତି ମୁକ୍ତି ପାଇବେ?

ଏହାର ଉପଯୋଗ ବୁଝି ଏହାର ସଂତୁଳନ ରକ୍ଷା କରି ବ୍ୟବହାର କରିବା ପାଇଁ ଚେଷ୍ଟା କରିବା । ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ହିଁ ଚେଷ୍ଟା କରିବାକୁ ପଡ଼ିବ । ହଜେଇଦେଇଥିବା ପୁରୁଣା ରୁଚି ସବୁକୁ ଫେରେଇ ଆଣିବାକୁ ପଡ଼ିବ । ଯେପରି ଚିତ୍ର କରିବା , ବହି ପଢିବା ଉଦ୍ୟାନ କାମ କରିବା । ଏବଂ ସବୁଠୁ ବଡକଥା ହେଲା ନିଜ ପରିବାର ସହିତ ସମୟ ଦେଲାବେଳେ ମୋବାଇଲଠୁ ସମ୍ପୂର୍ଣ ଦୂରେଇ ରହିବ ।