ଜବ୍‌ ସ୍ୱିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ, ଜାଣନ୍ତୁ

job switch

ଜବ୍‌ ସ୍ୱିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ, ଜାଣନ୍ତୁ

ଭୁବନେଶ୍ୱର : ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରୀ ପରିବର୍ତ୍ତନ କରିଥା’ନ୍ତି  । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ ? ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ିଯାଆନ୍ତି  । ବେଳେବେଳେ ଲୋକେ ଭାବନ୍ତି ପୂର୍ବ କମ୍ପାନୀର ସାଲାରୀ ଆକାଉଣ୍ଟ ବନ୍ଦ କରିଦେବେ ନା ତାକୁ ଚଲାଇବେ  । ତାହାକୁ ସାଧାରଣ ସେଭିଂସ ଆକାଉଣ୍ଟ ଭାବେ ଚଳାଇବେ ନା ଆଉ ଏକ ନୂଆ ଆକାଉଣ୍ଟ ଖୋଲିବେ  ।

ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ
ଆପଣ ଯଦି ଚାକିରୀ ଛାଡ଼ନ୍ତି ତେବେ ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ  । ଆପଣଙ୍କ ନିଯୁକ୍ତିଦାତା ସେହି ଆକାଉଣ୍ଟରେ ଦରମା ଦେବା ବନ୍ଦ କରିଦିଅନ୍ତି  । ଦରମା ମିଳୁଥିବା ପର୍ଯ୍ୟନ୍ତ ତାହା ସାଲାରୀ ଆକାଉଣ୍ଟ ହୋଇ ରହିଥାଏ  । କେତେକ ବ୍ୟାଙ୍କ ସାଲାରୀ ଆକାଉଣ୍ଟକିୁ କିଛିଦିନ ପରେ ସେଭିଙ୍ଗସ ଆକାଉଣ୍ଟରେ ବଦଳାଇ ଦିଅନ୍ତି  । ଯେତେବେଳେକି ଆଉ କିଛି ବ୍ୟାଙ୍କ ତାହାକୁ ସାଲାରୀ ଆକାଉଣ୍ଟ ଭାବେ ହିଁ ରଖିଥା’ନ୍ତି  । ସାଲାରୀ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ନଥାଏ  । କିନ୍ତୁ ତାହା ବଦଳିଗଲେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ପଡେ଼  । ଆପଣ ଯଦି ସର୍ବନିମ୍ନ ବାଲାନ୍ସ ରଖିନଥିବେ ତେବେ ବ୍ୟାଙ୍କ ନନ୍‌ ମେଣ୍ଟେନାନ୍ସ ଫି’ ଚାର୍ଜ କରେ  ।

ବିକଳ୍ପ ଭାବେ ନୂଆ ସାଲାରୀ ଆକାଉଣ୍ଟ କରିପାରିବେ
ଆପଣ ଜବ ସ୍ୱିଚ୍‌ କଲେ ନୂଆ ନିଯୁକ୍ତିଦାତାଙ୍କ ନିକଟରେ ଆଉ ଏକ ସାଲାରୀ ଆକାଉଣ୍ଟ କରିପାରିବେ  । ଆପଣଙ୍କ ନିଯୁକ୍ତିଦାତା ଯେଉଁ ବ୍ୟାଙ୍କର ପାର୍ଟନର ଥାଆନ୍ତି ସେଠାରେ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି  । ସାଲାରୀ ଆକାଉଣ୍ଟରେ ଜିରୋ ବାଲାନ୍ସ, ଭଲ ସୁଧ ହାର ଓ ଅତିରିକ୍ତ ସେବା ମଧ୍ୟ ଉପଲବ୍ଧ ଥାଏ  । କିନ୍ତୁ ନୂଆ ଜାଗାରେ ଚାକିରୀ କଲେ ସାଲାରୀ ଆକାଉଣ୍ଟ ବନ୍ଦ କରିବାର କିଛି ଆବଶ୍ୟକତା ନାହିଁ  । କିନ୍ତୁ ତାହାକୁ ନିୟମିତ ଭାବେ ଦେଖିବା ଦରକାର  ।

ଅଟୋ ଡେବିଟ୍‌ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ
ଯେଉଁମାନେ ଇଏମଆଇ, ଏସଆଇପି, ଇନ୍ସୁରାନ୍ସ ପ୍ରିମିୟମ୍‌ ଓ ୟୁଟିୟିଟି ବିଲକୁ ସାଲାରୀ ଆକାଉଣ୍ଟ ସହ ଅଟୋ ଡେବିଟ୍‌ କରନ୍ତି ସେମାନେ ସମସ୍ୟାରେ ପଡ଼ିଥା’ନ୍ତି  । ଯଦି ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ ଓ ଆପଣ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି ତେବେ ଅଟୋ ଡେବିଟ୍‌ ଇନଷ୍ଟ୍ରକ୍ସସନକୁ ଅପଡେଟ କରିବାର ଆବଶ୍ୟକତା ରହିଛି  । ଯଦି ସେଭଳି ନକରନ୍ତି ତେବେ ଫାଇନ୍‌, ଲେଟ ଫି ଆଦି ପଡ଼ିଯିବ  ।