ଟଏଲେଟରେ ଫୋନ୍ ବ୍ୟବହାର କରୁଛନ୍ତି, ତୁରନ୍ତ ବଦଳାନ୍ତୁ ଏ ଅଭ୍ୟାସ!

ଟଏଲେଟରେ ଫୋନ୍ ବ୍ୟବହାର କରୁଛନ୍ତି, ତୁରନ୍ତ ବଦଳାନ୍ତୁ ଏ ଅଭ୍ୟାସ!

ଯଦି ଆଣପ ଟଏଲେଟରେ ମୋବାଇଲ ବ୍ୟବହାର କରୁଛନ୍ତି , ତେବେ ଏହା ଅତ୍ୟନ୍ତ ମାରାତ୍ମକ । ଜାଣନ୍ତୁ ଟଏଲେଟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା କ’ଣ କ’ଣ ଖରାପ ହୋଇଥାଏ ।ଅଧିକାଂଶ ଲୋକଙ୍କର ସ୍ମାର୍ଟ ଫୋନ୍ ବ୍ୟବହାର କରିବା ନିଶା ପାଲଟି ଯାଇଛି । ଗୋଟିଏ ମିନିଟ ପାଇଁ ମଧ୍ୟ ସେମାନେ ଫୋନକୁ ନିଜଠାରୁ ଦୂରରେ ରଖି ନ ଥାନ୍ତି । ସକାଳୁ ନିଦ ଭାଙ୍ଗୁ ଭାଙ୍ଗୁ ଲୋକେ ଫୋନ୍ ଦେଖିବାକୁ ହିଁ ପସନ୍ଦ କରନ୍ତି । ଟଏଲେଟରେ ଫୋନ୍ ବ୍ୟବହାର କରିବାର ଅନେକ କୁପ୍ରଭାବ ରହିଛି । ଏହାଦ୍ୱାରା ଟଏଲେଟରେ ଥିବା ବ୍ୟାକ୍ଟେରିଆ ଓ ଜୀବାଣୁ ଫୋନରେ ଲାଗିଯାନ୍ତି । ଫୋନକୁ ଛୁଇଁବା ଦ୍ୱାରା ବ୍ୟାକ୍ଟେରିଆ ହାତରେ ଲାଗି, ମୁହଁ ବାଟେ ପେଟ ଭିତରକୁ ଯାଇ ନାନା ରୋଗ ସୃଷ୍ଟି କରନ୍ତି । m ଟଏଲେଟରେ ଗୋଟିଏ ପୋଜିଶନରେ ବହୁୂ ସମୟ ବସିବା ଦ୍ୱାରା ଗୋଡକୁ ବ୍ଲଡ ସର୍କୁଲେଶନ୍ ବା ରକ୍ତ ସଂଚାଳନ ହୁଏ ନାହିଁ, ଯାହାଫଳରେ ଗୋଡ଼ ଝିମଝିମ ହୋଇଯାଏ । ଏହାସହ ଟଏଲେଟରେ ଫୋନ୍ ପଡ଼ିଯିବାର ମଧ୍ୟ ଅଧିକ ଆଶଙ୍କା ରହିଛି । ଯାହାଫଳରେ ଫୋନ୍ ଭିତରେ ପାଣି ପସି ଖରାପ ହୋଇଯିବ । ଯଦି ଆପଣ ଟଏଲେଟରେ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏ ଅଭ୍ୟାସ ତୁରନ୍ତ ବଦଳାଇବାକୁ ପଡ଼ିବ ।