ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଆଉ ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ଅର୍ଥାତ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟପାଳ ହରିବାବୁ କୁମ୍ଭମପାଟିଙ୍କୁ ଭେଟିଛନ୍ତି । ରାଜଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । 
୧୩ ତାରିଖରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ। ଦୁଇଟି ପର୍ୟ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ ୨୮ ଟି କାର୍ୟ୍ୟଦିବସ ଥିବାବେଳେ ଫେବୃଆରୀ ୧୭ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ।

ଫେବୃଆରୀ ୧୩ରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନ। ଫେବୃଆରୀ ୧୭ରେ ଆସିବ ରାଜ୍ୟ ବଜେଟ। ୨୦୨୫-୨୦୨୬ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ୟ୍ୟନ୍ତ ବନ୍ଦ ରହିବ ଅଧିବେଶନ। ପୁଣି ମାର୍ଚ୍ଚ ୭ରୁ ଏପ୍ରିଲ ୫ଯାଏ ଚାଲିବ ଦ୍ୱିତୀୟ ପର୍ୟ୍ୟାୟ ବଜେଟ୍‌ ଅଧିବେଶନ।