୩ଟାରେ କିଟ ଶୁଣାଣି

୩ଟାରେ କିଟ ଶୁଣାଣି

ଭୁବନେଶ୍ୱର: କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଶୁକ୍ରବାର ବିଧାନସଭାରେ  କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ଏହି ଅବସରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିବୃତ୍ତି ରଖିଛନ୍ତି । ଆଉ କହିଛନ୍ତି ଆଜି ଦିନ ୩ଟାବେଳେ କିଟ୍ ପ୍ରସଙ୍ଗରେ ଶୁଣାଣି ହେବ । କିଟ ଘଟଣାକୁ ନେଇ ଗଠିତ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏହାର ଶୁଣାଣି କରିବେ । ଶୁଣାଣିରେ କିଟର ୮ ଜଣ ଅଧିକାରୀ ହାଜର ହେବେ । 

ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଗଠିତ ଏହି ଟିମ ଉକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିଛନ୍ତି । ଛାତ୍ରଙ୍କ ସମସ୍ୟା ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ- ନେପାଳ ମଧ୍ୟରେ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା ଜାରି ରହିଛି । ଏନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବରିଷ୍ଠ ପ୍ରଶାସନିକ ଅଧିକାରୀ ଉକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ବୁଲି ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।