ଆଜି ସରିବ ନିର୍ବାଚନ ପ୍ରଚାର : ୫ରେ ଦିଲ୍ଲୀ ଭୋଟ

ଆଜି ସରିବ ନିର୍ବାଚନ ପ୍ରଚାର : ୫ରେ ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ: ବିଧାନସଭା ପାଇଁ ୫ ତାରିଖରେ ଦିଲ୍ଲୀବାସୀ ତାଙ୍କରେ ମତଦାନ ଦେବେ । ଏହାରି ଭିତରେ ଦିଲ୍ଲୀରେ ରାଜନୀତି ସରଗରମ ହେବାରେ ଲାଗିଛି  । ତିନି ପ୍ରମୁଖ ଦଳଙ୍କ ଆପେକ୍ଷ ପ୍ରତିଆକ୍ଷେପ ମଧ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ସରିବ ଭୋଟ ପ୍ରଚାର  । ଏହାରି ଭିତରେ ରବିବାର ଦିନ ପ୍ରଚାର କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦାଙ୍କୁ ଖୁସି କରିବାକୁ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀରେ ବସ୍ତି ଉଚ୍ଛେଦ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ରବିବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ମୋଦୀ କହିଛନ୍ତି ଯେ ଯଦି ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ତେବେ ବସ୍ତି ଉଚ୍ଛେଦ କରାଯିବ ନାହିଁ । 
ନିକଟରେ ଆମ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍ ବସ୍ତି କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ । ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀରେ ବସ୍ତି ଭାଙ୍ଗି ଦେବ ବୋଲି କେଜରିୱାଲ୍ କହିଥିଲେ । ରବିବାର ଏହାର ଜବାବ ଦେଇ ମୋଦୀ କହିଛନ୍ତି ଦିଲ୍ଲୀରେ ଗୋଟିଏ ବି ବସ୍ତି ଭାଙ୍ଗି ଦିଆଯିବ ନାହିଁ । ଆମେ କେବଳ ଏମିତି ଦେଖାଇବା ପାଇଁ ଘୋଷଣା କରୁନାହୁଁ । ଆମେ ଆମର ପ୍ରତିଶ୍ରୁତିକୁ ରଖିବାକୁ ବଜେଟରେ ବ୍ୟବସ୍ଥା କରୁଛୁ । ଏଥିସହିତ ଆପ୍ ମିଛ କଥା ପ୍ରଚାର କରୁଛି ବୋଲି କହି କେଜରିୱାଲ୍ଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ଆରକେ ପୁରମରେ ପ୍ରଚାର ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ । 
ଫେବୃଆରୀ ୫ ରେ ଦିଲ୍ଲୀର ୭୦ ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଫେବୃଆରୀ ୮ ତାରିଖରେ ଭୋଟ ଗଣତି ହୋଇ ଫଳାପଳ ପ୍ରକାଶ ପାଇବ ।