ଯାତ୍ରୀଙ୍କ ପାଇଁ ରେଲୱେର ନୂଆ ପଦକ୍ଷେପ : ଏଣିକି ୮ଘଣ୍ଟା ପୂର୍ବରୁ ଯାତ୍ରୀ ତାଲିକା

 ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ଟିକେଟ୍ ସଂରକ୍ଷଣ ବ୍ୟବସ୍ଥାକୁ ସ୍ମାର୍ଟ, ସ୍ୱଚ୍ଛ, ସୁଗମ ଏବଂ ଦକ୍ଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛି । ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ପ୍ରତି ଟିକେଟ୍ ବୁକିଂରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି । ନୂତନ ନିଷ୍ପତ୍ତି ଅନୁସାରେ ଏହି ଯୋଜନା ଯାତ୍ରୀଙ୍କ ସୁବିଧା ଉପରେ ଧ୍ୟାନ ଦେବ । ନୂଆ ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ ଏକ ସୁଗମ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ନିଶ୍ଚିତ କରିବ । 
ନୂଆ ନିୟମାନୁସାରେ ଯାତ୍ରାରେ ଅନିଶ୍ଚିତତାକୁ ଦୂର କରିବା ପାଇଁ ଆଗୁଆ ଟିକେଟ୍ଧାରୀ ଯାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ । ସମ୍ପ୍ରତି ଟିକେଟ୍ ସଂରକ୍ଷଣ ତାଲିକା ଟ୍ରେନ ଯାତ୍ରା ଆରମ୍ଭ କରିବାର ଚାରି ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଥିବା ବେଳେ ଏବେ ଏହାକୁ ଆଠ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକେଟ୍ ତାଲିକା ପ୍ରକାଶ କରାଯିବ । କୌଣସି ନିର୍ଦ୍ଦିଷ୍ଟ ଦିନର ଅପରାହ୍ନ ୨ଟା ପୂର୍ବରୁ ଛାଡୁଥିବା ଟ୍ରେନ୍ ପାଇଁ ପୂର୍ବ ଦିନ ରାତି ୯ଟା ସୁଦ୍ଧା ଟିକେଟ୍ଧାରୀ ଯାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହି ପଦକ୍ଷେପ ଦ୍ୱାରା ଯାତ୍ରୀମାନେ ୱେଟଲିଷ୍ଟ ଟିକେଟ ସ୍ଥିତି ବିଷୟରେ ଆଗୁଆ ସୂଚନା ପାଇପାରିବେ । ୱେଟ୍ ଲିଷ୍ଟ ଟିକେଟ୍ କନଫର୍ମ ନହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଏହା ଅଧିକ ସମୟ ମଧ୍ୟ ପ୍ରଦାନ କରିବ । ଏହି ପ୍ରକଳ୍ପ ଗତ କିଛି ମାସ ଧରି ସିଆରଆଇଏସ ଦ୍ୱାରା କାର୍ଯ୍ୟକାରୀ ହେଉଛି । 
ନୂତନ ପିଆରଏସ ପ୍ରତି ମିନିଟରେ ଦେଢ଼ ଲକ୍ଷରୁ ଅଧିକ ଟିକେଟ୍ ବୁକିଂକୁ ସକ୍ଷମ କରିବ । ଏହା ବର୍ତ୍ତମାନର ପିଆରଏସ ବ୍ୟବସ୍ଥା ଅନୁଯାୟୀ ପ୍ରତି ମିନିଟରେ ୩୨ ହଜାର ଟିକେଟ୍ ଠାରୁ ପ୍ରାୟ ପାଞ୍ଚ ଗୁଣ ଅଧିକ । ଟିକେଟ୍ ଅନୁସନ୍ଧାନ କ୍ଷମତା ଦଶ ଗୁଣ ବୃଦ୍ଧି ପାଇବ ଅର୍ଥାତ୍ ଗୋଟିଏ ମିନିଟ୍ ମଧ୍ୟରେ ଅନୁସନ୍ଧାନ କ୍ଷମତା ୪ ଲକ୍ଷରୁ ୪୦ ଲକ୍ଷରେ ପହଞ୍ଚିବ । ସେହିପରି ତକôାଳ ଟିକେଟ୍ ବୁକିଂ ବ୍ୟବସ୍ଥାର