ଶସ୍ତା ହେଲା କ୍ୟାନସର ମେଡିସିନ

ଶସ୍ତା ହେଲା କ୍ୟାନସର ମେଡିସିନ


ାା ଏଜେନ୍ସି ।ା ନୂଆଦିଲ୍ଲୀ :  କ୍ୟାନସରର ଭଳି ମାରାତ୍ମକ ରୋଗର ଚିକିସôା ପାଇଁ ବ୍ୟବହୃତ ମେଡିସନ ଉପରେ ଜିଏସ୍ଟି ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ବିଭିନ୍ନ ପ୍ରକାରର କ୍ୟାନସର ଔଷଧ ଉପରେ ୧୨% ଜିଏସଟି ଲାଗୁ ହେଉଥିଲା । କିନ୍ତୁ ଏବେ ସେଗୁଡିକ ଉପରେ ୫% ଜିଏସଟି ଲାଗିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଆଜି ତାଙ୍କ ଅଧ୍ୟକ୍ଷତାରେ ୫୪ତମ ଜିଏସଟି ପରିଷଦ ବୈଠକ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି ।
କ୍ୟାନସର ଔଷଧ ବ୍ୟତୀତ ନମକୀନ ଓ ସ୍ପାଇସୀ ଖାଦ୍ୟ ସାମଗ୍ରୀ ଉପରୁ ମଧ୍ୟ ଜିଏସଟି ହ୍ରାସ କରାଯାଇଛି । ମିଠା ଜାତୀୟ ଖାଦ୍ୟକୁ ଛାଡି ବାକି ସାମଗ୍ରୀ ଉପରେ ଲାଗୁ ହେଉଥିବା ୧୮% ଜିଏସଟିକୁ ୧୨%କୁ ହ୍ରାସ କରାଯାଇଛି । ତେବେ ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରେ ଲାଗୁ ହେଉଥିବା ୧୮% ଜିଏସଟିକୁ ହ୍ରାସ କରିବା ପାଇଁ ହେଉଥିବା ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଗୋଟିଏ ଗ୍ରୁପ ଅଫ ମିନିଷ୍ଟର୍ସ ବା ଜିଏମଓ ଗଠନ କରାଯାଇଛି । ଜିଏମଓ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି କେତେ ହ୍ରାସ କରାଯିବା ଉଚିତ, ତା’ର ନିଷ୍ପତ୍ତି ନେବ । ଏହି କମିଟି ଅକ୍ଟୋବର ଶେଷ ସୁଦ୍ଧା ତା’ର ରିପୋର୍ଟ ଦାଖଲ କରିବ । ଏହାବାଦ ବର୍ତ୍ତମାନ ରେଟ ନିର୍ଦ୍ଧାରଣ କରୁଥିବା ଆଉ ଏକ ଗ୍ରୁପ ଅଫ ମିନିଷ୍ଟର୍ସ ମଧ୍ୟ ସେମାନଙ୍କ ରିପୋର୍ଟ ସେପ୍ଟେମ୍ବର ୨୩ ସୁଦ୍ଧା ଦେବେ ବୋଲି ଜଣାପଡିଛି । ୨ଟି ଯାକ ରିପୋର୍ଟ ମିଳିବା ପରେ ନଭେମ୍ବର ମାସରେ ବସିବାକୁ ଥିବା ଜିଏସଟି ପରିଷଦରେ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହ୍ରାସ କରାଯିବ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ଏହାବାଦ କ୍ଷତିପୂରଣ ସେସ ଉପରେ ବିଚାର କରିବାକୁ ମଧ୍ୟ ଜିଏମଓ ଗଠନ ହୋଇଛି । ୨୦୨୬ ମାର୍ଚ୍ଚରୁ କ୍ଷତିପୂରଣ ସେସର ଅବଧି ଶେଷ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ମେଡିକାଲ ଓ ହେଲଥ ଇନସୁ୍ୟରାନ୍ସ ଉପରେ ନିଷ୍ପତ୍ତି ନେବାକୁ ଜିଏସ୍ଟି ପରିଷଦ ଗୋଟିଏ ନୂଆ ଜିଏମଓ ଗଠନ କରାଯିବ । ନଭେମ୍ବର ମାସରେ ସ୍ୱାସ୍ଥ୍ୟ ବୀମାର ଜିଏସ୍ଟି ହ୍ରାସ କରିବା ଉପରେ ଆଲୋଚନା କରିବା ପାଇଁ ବୈଠକ ବସିବ ।