ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା
ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଶନିବାର ଭିଜିଲାନ୍ସ ଚଢାଉ କରିଥିଲା । ତେବେ ରେଡ୍ ବେଳେ ସେ ଅସୁସ୍ଥ ହୋଇପଡିବାରୁ ରବିବାର ତାଙ୍କ ଘରେ ପୁଣି ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା । ତେବେ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜେଇଙ୍କ ଘରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି । ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ୍ ଠାବ ହୋଇଛି ।
ଶନିବାର ରାୟଗଡ଼ା ସହରର ନିଜ ଘରେ ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ମାଣ୍ଡିବିସି ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ । ରାୟଗଡ଼ା ସହରର ରାଣୀଗୁଡା ସ୍ଥିତ ଘରେ ଟଙ୍କା ସହିତ ଭିଜିଲାନ୍ସ ଟିମ୍ ଧରିବା ପରେ କନିଷ୍ଠ ଯନ୍ତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ ।