ଫେକ୍ ୱେବସାଇଟରେ ମହାପ୍ରଭୁଙ୍କ ପୂଜା
ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ୱେବସାଇଟ ଖୋଲି ବିଜ୍ଞାପନ ଦିଆଯାଇଛି ।ସୋସିଆଲ ମିଡିଆରେ ଏହି ଫେକ୍ ୱେବସାଇଟ୍ ଭାଇରାଲ ହେବାରେ ଲାଗିଛି । ୪ପ୍ରକାର ପୂଜା ପାଇଁ ଅଲଗା ଅଲଗା ପ୍ରକାର ବିଜ୍ଞାପନ ପ୍ରକାଶ ପାଇଛି । ଅଭିଷେକ ପୂଜା, ତୁଳସୀ ଦାନ ପୂଜା, ସାଧାରଣ ଦର୍ଶନ ଓ ଚତୁର୍ଦ୍ଧାବିଗ୍ରହଙ୍କ ପୂଜା ପରି ବିଭାଗୀକରଣ କରାଯାଇ ବିଜ୍ଞାପନ ପ୍ରକାଶ କରାଯାଇଛି । ଶୁଖିଲା ଭୋଗ ଦିଆଯିବା ନେଇ ମଧ୍ୟ ଅନଲାଇନ ଆପ୍ଲିକେସନରେ ଉଲ୍ଲେଖ ରହିଛି ।
କେବେ ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ମିଳିଲାଣି ତ ଆଉ କେବେ ଏଭଳି ଅନଲାଇନରେ ପୂଜା ଭୋଗର ସୁଯୋଗ ଦିଆଯିବ ବୋଲି ଉଲ୍ଳେକ କରି ଜଗନ୍ନାଥପ୍ରେମୀଙ୍କ ଭକ୍ତିକୁ ଅବମାନନା ମଧ୍ୟ କରାଯାଉଛି ।