ନାବାଳିକାକୁ ଗଣଦୁଷ୍କର୍ମ : 3 ଗିରଫ
ଉଦଳା: ପୁଣି ଲଜ୍ଜା । ମୟୂରଭଞ୍ଜ ଖୁଣ୍ଟା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ଯରେ ଜଣେ ନାବାଳକ ଓ 2 ଯୁବକ ଥିବା ଜଣାପଡ଼ିଛି । । ମାସକ ଭିତରେ 3 ଜଣ ଭିନ୍ନ ଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛ । ତେବେ ପୀଡିତା ଅସୁସ୍ଥ ହେବାରୁ ତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।