ଦୁର୍ନୀତି ନିବାରଣ ବିଭାଗ ପଞ୍ଝାରେ କିରାଣୀ

 ଜୟପୁର: କୋରାପୁଟ ମଣ୍ଡଳ ଦୁର୍ନୀତି ନିବାରଣ ବିଭାଗ ନନ୍ଦପୁର ବ୍ଲକ ଶିକ୍ଷା ବିଭାଗର କିରାଣୀ ସମ୍ବିତ ତ୍ରିପାଠୀଙ୍କୁ ୧୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଜଣେ ମତୁ୍ୟବରଣ କରିଥିବା ଶିକ୍ଷକଙ୍କ ପରିବାର ସଦସ୍ୟଙ୍କ ଠାରୁ ଗ୍ରାଚୁ୍ୟଇଟି ଏବଂ ପେନ୍ସନ କରାଇବା ପାଇଁ ୩୦୦୦୦ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରଥମ କିସ୍ତି ବାବଦକୁ ୧୫୦୦୦ ଟଙ୍କା ନେଉଥିବାବେଳେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନଙ୍କ ହାତରେ ଧରାପଡିଥିଲେ । ଏ ନେଇ ୨୬/୨୦୨୫ ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।