ରାସନ କାର୍ଡ ପାଇଁ ଇକେୱାଇସି ଜରୁରୀ

ଜଗତସିଂହପୁର : ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡÿ ପ୍ରସ୍ତୁତ ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଇକେୱାଇସି ଯାଞ୍ଚ ନିହାତି ଜରୁରୀ ଅଟେ । ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଇକେୱାଇସି ଯାଞ୍ଚ କରାଇ ନିଅନ୍ତୁ ।