ଆଜି ବଡ଼ଦାଣ୍ଡକୁ ଆସିବେ କଳାସାଆନ୍ତେ
ପୁରୀରୁ ବିଶ୍ୱଜିତ୍ ମିଶ୍ର : ରଥ ପ୍ରସ୍ତୁତ । ପଥ ବି ପ୍ରସ୍ତୁତ । ଭକ୍ତମାନେ ବି ପୁରୀ ମୁହାଁ । ଭାବର ଠାକୁର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଆସିବେ । ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି କଳାସାଆନ୍ତେଙ୍କ ଏହି ଆଗମନକୁ ସାରା ବ୍ରହ୍ମାଣ୍ଡ ଅପେକ୍ଷା କରି ରହିଛି । ଆଜି ନବଯୌବନ ଦର୍ଶନ ହୋଇଥିବାବେଳେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଯାହାକୁ ନେଇ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି ।
ଶୁକ୍ରବାର ଦିନ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ୧୫ ଦିନ ପୂର୍ବରୁ ଜ୍ୱରାକ୍ରାନ୍ତ ହୋଇ ଅନବସରରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଇତି ମଧ୍ୟରେ ଆରୋଗ୍ୟଲାଭ କରିଛନ୍ତି । ଗୁରୁବାର ଦିନ ଚତୁର୍ଦ୍ଧାମୂର୍ତ୍ତି ନେତ୍ରୋସôବ ଅବସରରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ବୁଧବାର ରାତିରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିବା ବେଳେ ଦତ୍ତ ମହାପାତ୍ର ବନକଲାଗି ଶେଷ କରି ଗୁରୁବାର ଭୋର ୫ଟା ୩୦ମିନିଟ୍ରେ ଅଣସର ଘରୁ ବାହାରିଥିଲେ । ଏହା ପରେ ୫ଟା ୫୦ମିନିଟ୍ରେ ଚକା ଅପସର ହୋଇ ୬ଟା ୨୦ମିନିଟ୍ରେ ମଙ୍ଗଳ ଆଳତି କରାଯାଇଥିଲା । ମଇଲମ, ଅବକାଶ ପୂଜା ଠା, ଅବକାଶ ପୂଜା ଶେଷ ହୋଇଥିଲା ସକାଳ ୭ଟାରେ । ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବା ପରେ ୭ଟା ୨୫ମିନିଟ୍ରେ ତାଟି ଫିଟି ୭ଟା ୪୦ମିନିଟ୍ରୁ ପରିମାଣିକ ଟିକେଟ୍ଧାରୀମାନେ ମନ୍ଦିରକୁ ପ୍ରବେଶ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ଏହା ପରେ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ସକାଳ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନର ସୁଯୋଗ ପାଇଥିଲେ । ୧୧ଟା ୨୦ମିନିଟ୍ରେ ଦଇତାପତିମାନେ ସର୍ବାଙ୍ଗ ଓ ବନ୍ଦାପନା କରିଥିଲେ । ୧୨ଟା ୨୦ରେ ନେତ୍ରୋସôବ ବନ୍ଦାପନା ହୋଇ ୧୨ଟା ୨୫ରେ ରୋଷ ହୋମ କରାଯାଇଥିଲା । ଏହାପରେ ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା, ସର୍ବାଙ୍ଗ କରାଯାଇ ୨ଟା ୧୫ରେ ବେଶ ଶେଷ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ସଂପାଦିତ ହୋଇଥିଲା ।
ଭୋଗମଣ୍ଡପ ଶେଷ ହେବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିଥିଲା । ୩ ଜଣ ପୂଜାପଣ୍ଡା ସେବାୟତ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପଟୁଆରରେ ରଥଖଳାକୁ ଯାଇଥିଲେ । ୩ ରଥରେ ଆଜ୍ଞାମାଳ ଲାଗି ହେବା ପରେ ୩ ରଥ ଟଣାଯାଇ ରଥଖଳାରୁ ସିଂହଦ୍ୱାରକୁ ଅଣାଯାଇଥିଲା । ୩ ରଥ ଏବେ ଶ୍ରୀଜୀଉଙ୍କ ଅପେକ୍ଷାରେ । ଶୁକ୍ରବାର ଦିନ ସକାଳ ୬ଟାରୁ ମଙ୍ଗଳଆଳତି କରାଯାଇ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ, ସକାଳଧୂପ, ଖେଚୁଡ଼ି ଭୋଗ ହେବା ପରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ୩ରଥକୁ ପ୍ରତିଷ୍ଠା କରିବେ ଶୋତ୍ରୀୟ ବ୍ରାହ୍ମଣମାନେ । ଏହା ପରେ ମଙ୍ଗଳାର୍ପଣ କରାଯାଇ ସକାଳ ୯ଟା ୩୦ମିନିଟ୍ରେ ଠାକୁରମାନଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହେବ ଏବଂ ୧୨ଟା ୩୦ମିନିଟ୍ ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବେ ବୋଲି ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ୧୨ଟା ୩୦ମିନିଟ୍ରୁ ୧ଟା ମଧ୍ୟରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀରାମକୃଷ୍ଣ ରଥ ଉପରକୁ ବିଜେ କରିବେ । ୧ଟା ୩୦ ମିନିଟ୍ରୁ ଅପରାହ୍ନ ୨ଟା ମଧ୍ୟରେ ମହାପ୍ରଭୁଙ୍କୁ ଚିତାଲାଗି କରାଯିବ । ଗଜପତି ମହାରାଜା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ୩ ରଥରେ ଛେରାପହଁରା ଶେଷ କରିବେ । ଏହାପରେ ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥୀ ଲାଗିବା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟରେ ସୂଚନା ଦିଆଯାଇଛି ।
ରଥଯାତ୍ରା ପାଇଁ ଉସôବମୁଖର ପୁରୀ ସହର । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଶ୍ରୀକ୍ଷେତ୍ରରେ ପହଞ୍ଚôବାରେ ଲାଗିଛନ୍ତି । ସମଗ୍ର ସହରରେ ସୃଷ୍ଟି ହୋଇଛି ଦିବ୍ୟ ଭକ୍ତିପୂତ ତଥା ଉସôବମୁଖର ପରିବେଶ । ଭକ୍ତମାନଙ୍କ ସମାଗମ ଓ ସାଧୁସନ୍ଥମାନଙ୍କ ଭଜନ କୀର୍ତ୍ତନରେ ମୁଖରିତ ହୋଇଉଠିଲାଣି ଶ୍ରୀକ୍ଷେତ୍ର । ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା, ରଥରେ ଗଜପତି ମହାରାଜାଙ୍କ ଛେରାପହଁରା ଦେଖିବା ଓ ରଥ ଟାଣିବା ପାଇଁ ଭକ୍ତମାନଙ୍କର ଉକôଣ୍ଠିତ ପ୍ରତୀକ୍ଷା । ସହରର ସମସ୍ତ ହୋଟେଲ ଓ ଲଜିଂ ଭରପୁର ହୋଇଗଲାଣି । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷହୋଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।