ସାମୟିକ କର୍ମଚାରୀଙ୍କ  ପାଇଁ ଖୁସି ଖବର

ଭୁବନେଶ୍ୱର:  ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆସିଛି  । ପୂର୍ବରୁ ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ ସେମାନଙ୍କୁ ଏକକାଳୀନ ଦେଢ଼ ଲକ୍ଷ ଟଙ୍କା ମିଳୁଥିଲା  । ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ଅଢ଼େଇ ଲକ୍ଷ ଟଙ୍କା ମିଳିବ  । ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ କିନ୍ତୁ ୫ ବର୍ଷ ପୂରଣ କରିନଥିବେ ତେବେ ସେ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ଅଢ଼େଇ ଲକ୍ଷ ଟଙ୍କା ଏକକାଳୀନ ରାଶି ମିଳିବ  ।
ନିୟମିତ ପଦବୀରେ ୫ ବର୍ଷରୁ ଅଧିକ ସମୟ କାମ କରିଥିଲେ, କାର୍ଯ୍ୟ ନିବୃତ୍ତି ସମୟରେ ସେମାନେ ସର୍ବନିମ୍ନ ଗ୍ରାଚୁ୍ୟଇଟି ୨.୫ ଲକ୍ଷ ଟଙ୍କା ପାଇବେ । ଏହା ସହିତ ଏହି ଏକକାଳୀନ ଗ୍ରାଚୁ୍ୟଇଟି ପରିମାଣ ପ୍ରତି ଦୁଇ ବର୍ଷରେ ୧୦% ଲେଖାଏଁ ବୃଦ୍ଧି ପାଇବ ବୋଲି ନିଷ୍ପତ୍ତି ନିଆଯାଇଛି  । ଏହି ବୃଦ୍ଧି ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକତା ପଡିବ ନାହିଁ । ବିଭାଗ ମାନେ ନିଜେ ପ୍ରତି ଦୁଇ ବର୍ଷରେ ଏହି ପରିମାଣ ବୃଦ୍ଧି କରି ପାରିବେ  ।