ବାରାଣସୀରେ ମୋଦିଙ୍କ ପାଇଁ ପ୍ରଚାରର ଆବଶ୍ୟକତା ନାହିଁ: ଏସ୍‌ ଜୟଶଙ୍କର ଜୟଶଙ୍କର

ବାରାଣସୀରେ ମୋଦିଙ୍କ ପାଇଁ ପ୍ରଚାରର ଆବଶ୍ୟକତା ନାହିଁ: ଏସ୍‌ ଜୟଶଙ୍କର ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାରାଣସୀରେ ଭାଜପାର ବିଜୟ ଉପରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ। କାରଣ ସହରର ଲୋକେ ଭାରତର ବୈଦେଶିକ ନୀତିକୁ ଗଭୀର ଭାବେ ଜାଣିବା ପାଇଁ ତିବ୍ର ଇଚ୍ଛା ପ୍ରକାଶ କରୁଛନ୍ତି, ଯାହାକି ମୋଦିଙ୍କ ଶାସନରେ ଦେଶର ପ୍ରଗତି ଉପରେ ଗର୍ବକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ବାରାଣସୀରେ ଜୟଶଙ୍କର କହିଛନ୍ତି, ମୁଁ ଏହି ନିର୍ବାଚନରେ ଅନୁଭବ କରିଛି ଯେ ଲୋକେ ଦେଶର ବୈଦେଶିକ ନୀତି ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି। ସେମାନଙ୍କୁ ଏହି କଥା ଉପରେ ଗର୍ବ ହେଉଛି ଯେ ମୋଦି ଏହି ଦେଶକୁ କେଉଁଠାକୁ ନେଇ ଯାଇଛନ୍ତି। ବାରାଣସୀରେ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ। ଆମେ ସାରା ଦେଶରେ ପ୍ରାୟ ୬୦ ସହରରେ ଜି-୨୦କୁ ଏକ ଉତ୍ସବ ଭଳି ପାଳନ କରିଥିଲୁ। ମୋତେ ଲାଗୁଛି ଯେ ଆଗାମୀ ଦିନରେ ଏଠାରେ ପର୍ଯ୍ୟଟନ ନିଶ୍ଚିତ ଭାବେ ବଢ଼ିବ। ଆମେ କାଶୀକୁ ପ୍ରୋତ୍ସାହିତ କରିବା ଉଚିତ। ଆମେ ଏହାର ଅନ୍ତରାଷ୍ଟ୍ରୀୟ ଛବି ସୃଷ୍ଟି କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।