ପେଟ୍ରୋଲ ଦର ଚମକାଇଲା!
ଓଡ଼ିଶାରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ସପ୍ଲାଇ ପ୍ରଭାବିତ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଫଳରେ ଜଟଣୀ, ପାରାଦୀପ ଓ ବାଲେଶ୍ୱର ଭଳି ସ୍ଥାନରେ ତୈଳ ଡିପୋରୁ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଂଜୟ ଲାଠ ସୂଚନା ଦେଇଛନ୍ତି ଯେ, ଯଦି ଏହି ସ୍ଥିତି ଜାରି ରହେ, ତେବେ ଗୁରୁବାର ସୁଦ୍ଧା ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତୈଳ ସରିଯାଇପାରେ।ନ ନୟାଗଡ଼, ଜଗତସିଂହପୁର ଓ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ ଦେଖାଯାଇଛି। ଲୋକମାନେ ତୈଳ ସରିଯିବା ଆଶଙ୍କାରେ ଅଧିକ ପରିମାଣରେ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି। ତୈଳ ପରିବହନ ବନ୍ଦ ହେବା ଯୋଗୁ ଏଲପିଜି ସପ୍ଲାଇ ମଧ୍ୟ ପ୍ରଭାବିତ ହୋଇଛି।ତେବେ, ଖୋର୍ଦ୍ଧାର ଜଟଣୀ ଡିପୋରୁ ବୁଧବାର ରାତିଠୁ ତୈଳ ପରିବହନ ସୱାଭାବିକ ହୋଇଛି ବୋଲି ଡିପୋ ମ୍ୟାନେଜର ସୂଚନା ଦେଇଛନ୍ତି। ଏହା ସତ୍ତ୍ୱେ, ରାଜ୍ୟର ଅନ୍ୟ ଅଞ୍ଚଳରେ ସ୍ଥିତି ଏପର୍ଯ୍ୟନ୍ତ ଉଦବେଗଜନକ ରହିଛି। ଡ୍ରାଇଭର ମହାସଂଘର ୭ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି।ସରକାର ଓ ତୈଳ କମ୍ପାନୀମାନେ ଏହି ସଙ୍କଟ ନିରାକରଣ ପାଇଁ ଆଲୋଚନା ଜାରି ରଖିଛନ୍ତି। ତେବେ, ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି ଯେ ଆତଙ୍କିତ ନହୋଇ ଆବଶ୍ୟକ ଅନୁସାରେ ତୈଳ କିଣନ୍ତୁ।