ଲୁଣ ପାଣିରେ ଘର ପୋଛୁଛନ୍ତି କି ?

ଲୁଣ ପାଣିରେ ଘର ପୋଛୁଛନ୍ତି କି ?

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଉପରେ ଯଦି କିଛି ନକାରାତ୍ମକ ପ୍ରଭାବ ରହିଥାଏ, ତା’ହେଲେ ପାଣିରେ କିଛି ଲୁଣ ପକାଇ ସେଥିରେ ଘର ପୋଛିଲେ ସୁଫଳ ମିଳେ। କିନ୍ତୁ ଏହି ଉପାୟ ସବୁଦିନ କରିବା ଠିକ୍‌ ନୁହେଁ। ଖାସ୍‌ କରି ଗୁରୁବାର ତ ଆଦୌ ନୁହଁ। ତା’ଛଡ଼ା ମଙ୍ଗଳବାର, ରବିବାର ଦିନ ବି ପାଣିରେ ଲୁଣ ପକାଇ ଘର ପୋଛିବା ଭଲ ନୁହେଁ। ସେହିପରି ଘର ପୋଛିବା ସମୟରେ ଯଦି ହଠାତ୍‌ କିଏ ଚାଲି ଆସନ୍ତି, ତା’ହେଲେ ତାଙ୍କ ସାମ୍ନାରେ କେବେ ବି ପାଣିରେ ଲୁଣ ପକାଇବେ ନାହିଁ। ଆଉ ଯଦି ଘର ସଫାସଫି କରିବା ପାଇଁ ସହାୟକ/ସହାୟିକାଙ୍କର ସାହାଯ୍ୟ ନେଉଥାନ୍ତି, ତା’ହେଲେ ମଧ୍ୟ ପାଣିରେ ଲୁଣ ପକାଇବା ସମୟରେ ସେ ଯେମିତି ନ ଦେଖିପାରନ୍ତି ସେଥିପ୍ରତି ନଜର ଦେବେ। ନଚେତ୍‌ ଏହି ଉପାୟର କିଛି ବି ସୁଫଳ ମିଳେ ନାହିଁ ବୋଲି ବିଶ୍ୱାସ କରାଯାଏ। ଏହାଛଡ଼ା ଯେଉଁ ଲୁଣ ମିଶା ପାଣିରେ ଘର ଫୋଛୁଛନ୍ତି, ତାହାକୁ ଘର ଭିତରେ ଥିବା ନାଳରେ ନ ଢାଳି ଘର ବାହାରେ ଥିବା ନାଳରେ ଢାଳିବା ଉତ୍ତମ ହୋଇଥାଏ। କାରଣ ଘର ଭିତରେ ଥିବା ନାଳରେ ଏହି ପାଣି ଢାଳିଲେ, ଘରେ ଥିବା ନକାରାତ୍ମକ ଶକ୍ତି ସେହି ଘରେ ହିଁ ରହିଯାଏ। ଏହିକିଛି କଥା ଉପରେ ନଜର ଦେଲେ ଲୁଣ ପାଣିରେ ଘର ପୋଛିବା ଉତ୍ତମ ଫଳ ପ୍ରଦାନ କରିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।