୪ଟାରୁ ଅନଲାଇନ୍‌ ଟିକେଟ୍‌ ବୁକ୍ କରିପାରିବେ ଦର୍ଶକ : ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠୁ ଟିକେଟ୍ ବିକ୍ରି

୪ଟାରୁ ଅନଲାଇନ୍‌ ଟିକେଟ୍‌ ବୁକ୍ କରିପାରିବେ ଦର୍ଶକ : ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠୁ ଟିକେଟ୍ ବିକ୍ରି

 ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠୁ ମିଳିବ ଟିକେଟ୍ ।  ଅପରାହ୍ନ ୪ଟାରେ ଅନ୍‌ଲାଇନ୍‌ରେ ପ୍ରଥମ ପର୍ୟ୍ୟାୟରେ ଟିକଟ୍‌ ଉପଲବ୍ଧ ହେବ।  ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ ବୁକ୍ କରିପାରିବେ ଦର୍ଶକ । ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ୪ହଜାର ଟିକଟ୍‌ ଅନଲାଇନ୍‌ରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ୨ ନମ୍ବର ଗ୍ୟାଲେରି ପାଇଁ ୧୦୭୦ଟି, ୪ ନମ୍ବର ଗ୍ୟାଲେରୀ ପାଇଁ ୧୦୮୦ଟି, ୭ ନମ୍ବର ଗ୍ୟାଲେରି ପାଇଁ ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜର ପାଇଁ ୨୦୦ଟି, ଏସି ବକ୍ସ ପାଇଁ ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଛି।  ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍‌ ନିମନ୍ତେ ଆଶାୟୀ କ୍ରିକେଟପ୍ରେମୀ ଟିକେଟ୍‌ ବୁକ୍‌ କରିପାରିବେ। ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌ ବ୍ରାଉଜରରେ zomato.in  ଲଗ୍‌ ଇନ କରି ଟିକଟ୍‌ ବୁକ୍‌ କରିହେବ। ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳା ଯିବ।