ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି
ଓଡିଶା ସରକାର କଟକ ଚାନ୍ଦବାଲି ରାସ୍ତାର ଭାରିଗଡାଠାରେ ଖରସ୍ରୋତା ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ, ଏକ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୈତରଣୀ ନଦୀ ଉପରେ ଏହି ଚାରି ଲେନ୍ ବିଶିଷ୍ଟ ସେତୁ, ବର୍ତ୍ତମାନର ପୁରୁଣା ସେତୁ ନିକଟରେ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ କେନ୍ଦ୍ରପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ଏସ.ଏଚ୍-୯-ଏ ରେ ଟ୍ରାଫିକ୍ ସମସ୍ୟାକୁ ସହଜ କରିବ । ଏହାଦ୍ୱାରା ପର୍ଯ୍ୟଟକ ମାନଙ୍କୁ ବହୁତ ସୁବିଧା ମିଳିବ । ଏହି ରାସ୍ତା ଡାଙ୍ଗମାଳ ଏବଂ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ ଦେଇଥାଏ । ରାଜ୍ୟ କ୍ୟାବିନେଟ୍ ଦୁଇ ଶହ ଏକୋଇଶି କୋଟି ତେପନ ଲକ୍ଷ ଟଙ୍କା ମୂଲ୍ୟର ସର୍ବନିମ୍ନ ଟେଣ୍ଡର ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକୁ ୩୬ ମାସରେ ଭିତରେ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି ।