ପଣ୍ଡିତ ଜବାହରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ପାଳିତ
ପାରାଦୀପ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ଅବସରରେ ପାରାଦ୍ୱୀପ ସ୍ଥିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି । ମଇ ୨୭ ତାରିଖ ମଙ୍ଗଳବାର ସକାଳେ କୁମ୍ଭୀର ପାର୍କ ଠାରେ ଥିବା ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହିତ ପାରାଦ୍ୱୀପ ନଗର କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସ୍ମୃତି ସଭାରେ ପଣ୍ଡିତ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ସରୋଜ କୁମାର ପ୍ରଧାନ, ନଗର କଂଗ୍ରେସ ସଭାପତି କେଦାର ବିଶ୍ୱାଳ, ଜଗନ୍ନାଥ ଶତପଥୀ, ତ୍ରିନାଥ ମହାନ୍ତି, କୃପାସିନ୍ଧୁ ଦାସ, ସୁଶାନ୍ତ କୁମାର ବାରିକ, ବିଜୟ କୁମାର ସେଠୀ, ସୁନାକର ସେଠୀ ପ୍ରମୁଖ ଯୋଗ ଦେଇ ପଣ୍ଡିତ ନେହେରୁଙ୍କ ଦେଶଭକ୍ତି, ତ୍ୟାଗ ଓ ଜୀବନ ଦର୍ଶନ ସମ୍ପର୍କରେ ଆଲୋକ୍ ପାତ କରିଥିଲେ ।