ଜୋର୍ ଧରିଲା ରାଜନୀତି: ସୁଭଦ୍ରା ଯୋଜନାରେ ପୁରୁଷ ଆବେଦନ

ଭୁବନେଶ୍ୱର :ସୁଭଦ୍ରା ପୋର୍ଟାଲରେ ପୁରୁଷମାନେ ଆବେଦନ କରିବାକୁ ନେଇ ରାଜନୀତି ଜୋର୍ ଧରିବାରେ ଲାଗିଛି। ଆଉ ଏହି ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଧାରକାର୍ଡ ଜରିଆରେ ମହିଳାମାନେ ଆବେଦନ କରୁଥିବାବେଳେ ପୁରୁଷମାନେ କେମିତି ଆବେଦନ କଲେ ବୋଲି ବିଜେଡି ପ୍ରଶ୍ନ କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ କହିଛନ୍ତି, ଯଦି ମହିଳାମାନେ ଆଧାର କାର୍ଡ ଦେଇ ଆବେଦନ କଲେ, ସେବେଠାରୁ ତ ଜଣାପଡ଼ିଯିବା କଥା ମହିଳା କିଏ ପୁରୁଷ କିଏ। ଏହା କିପରି ଜଣାପଡ଼ିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ମହିଳାଙ୍କ ଯୋଜନାରେ ପୁରୁଷ ଆବେଦନ କିପରି କଲେ। କେବଳ ୧୫୭ ଜଣ ପୁରୁଷ ନୁହନ୍ତି, ଆହୁରି ଅଧିକ ଆବେଦନ କରିଥିବେ। ସରକାରଙ୍କ କୌଣସି ଭୁଲ୍ କାରଣରୁ ଏପରି ହୋଇଛି। ସରକାର କିପରି ଏହା ଜାଣିପାରିଲେ ନାହିଁ ବୋଲି କାଡ଼ାମ ପ୍ରଶ୍ନ କରିଛନ୍ତି।
ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରା ପୋର୍ଟାଲରେ ଆବେଦନ କରିଛନ୍ତି। ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ସେ ଭାବିପାରୁ ନାହାନ୍ତି ଯେ, ପୁରୁଷମାନେ କାହିଁକି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି।